STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ବକ ପଞ୍ଚୁକ

ବକ ପଞ୍ଚୁକ

1 min
382


କାର୍ତ୍ତିକ ମାସ ଯେ ଅଟଇ ଧରମ ମାସ

     ଦାନ ଧର୍ମ କରି ପୂଣ୍ଯ ଅରଜିବା ଆସ ।

ଏହି ମାସେ ଫୁଲ ଫଳେ ପ୍ରକୃତି ହସେ

     ସବୁଜ ବନ ତରୁ ଲତା ସୁନ୍ଦର ଦିଶେ।


କାର୍ତ୍ତିକ ଶୁକ୍ଳ ପକ୍ଷର ଶେଷ ପାଞ୍ଚଦିନ

    ମହାପୁଣ୍ୟ ମିଳେ ପଞ୍ଚୁକ କଲେ ପାଳନ।

ଏକାଦଶୀ ଠାରୁ ପୂର୍ଣ୍ଣିମା ପଞ୍ଚୁକ ବ୍ରତ 

     ପାଞ୍ଚଦିନ ସାତ୍ତ୍ୱିକ ଆହାରେ ସ୍ଥିର ଚିତ୍ତ।


ଏହି ପାଞ୍ଚ ଦିନ ବଗ ପାଳୁ ଥାଏ ବ୍ରତ

     ନିରାମିଷ ଭୋଜନେ ରହେ ଧ୍ୟାନରତ।

ଆମିଷ ଭକ୍ଷଣ କରେ ନାହିଁ କେବେ ବଗ

    ସେ ପାଳଇ ପଞ୍ଚୁକ ଆମିଷ କରି ତ୍ୟାଗ। 


ସେଥିଲାଗି ଏହାର ନାମ ବକ ପଞ୍ଚୁକ 

     ଏ ପାଞ୍ଚଦିନ ଆମିଷ ଭକ୍ଷଣ ନିଷେଧ। 

ଏହି ସମୟେ ମତ୍ସ୍ୟମାନଙ୍କୁ ହୁଏ ରୋଗ

     ବ୍ଯାଧିମୁକ୍ତ ପାଇଁ ମୀନ ଛୁଏନାହିଁ ବଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract