STORYMIRROR

Ram Prasad Bisoi

Inspirational Abstract Classics

3  

Ram Prasad Bisoi

Inspirational Abstract Classics

ଭାଏଗ୍ରା-ତୋ ପାରଶ୍ୱ ପ୍ରତିକ୍ରିୟା

ଭାଏଗ୍ରା-ତୋ ପାରଶ୍ୱ ପ୍ରତିକ୍ରିୟା

1 min
13.5K


କମାଲ ତୁ ଭାଏଗ୍ରା 

ତୁ ଓ ତୋର କାମନା,

ହସୁଛି ବୟସ

ଅଠର ଷାଠିଏ ସହ

କେବେ ଶୁଣିପାରିଛୁ ଭୋକର ଆର୍ତ୍ତନାଦ,

ଦେହର ବଜାରରେ

ତୋ ଭୋକ ତ ଭିନ୍ନ 

ତା ଭୋକ ଠାରୁ,

ତୁ ସିନା ନେଉଛୁ 

ସେଲଫି,ତା ସାଙ୍ଗେ ମିଶି

ହୀରାକୁଦ, ବେଦାନ୍ତ, ଇଣ୍ଡଲର 

ଭବ୍ୟ କଂକ୍ରିଟ ସୋମ୍ୟ ସୌନ୍ଦର୍ଯ୍ୟକୁ 

କରି ବେକ ଗ୍ରାଉଣ୍ଡ ତୋ ଚିତ୍ରର

କିନ୍ତୁ ମୁଁ ଶୁଣୁଛି ବିଳପିତ ଭୂମି ବିସ୍ତାବିତ ବିଗଙ୍ଗତି 

ଅତୃପ୍ତ ଆତ୍ମାର----------!

ଅନୁତପ୍ତ ଜୀବନ ସାତଟି ଦଶକ ସ୍ୱାଧୀନତା ପରେ

ଆଜି ବି ଦାନ ମାଝୀ ଚାଲିଛି ,

ତା କାନ୍ଧରେ ବୋହି 

ସ୍ତ୍ରୀର ମଲାଶରୀର,

ହାଏ ରେ ସାମ୍ଭିଧାନିକ ପ୍ରଦତ୍ତ ବଞ୍ଚିବାର ଅଧିକାର  

ତୋ ନିର୍ବାଚିତ 

ସରକାର ଓ ତୁ ,

କମାଲ ତୁ ଭାଏଗ୍ରା

ତୋ ପାଶ୍ୱ ପ୍ରତିକ୍ରିୟା-------!!

©®କାଶ୍ୟପ,ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational