ଶ୍ଵେତପଦ୍ମା
ଶ୍ଵେତପଦ୍ମା
ମାନସ ରଞ୍ଜନ ପଟ୍ଟନାୟକ
ଶ୍ଵେତପଦ୍ମା ପରି ଚେହେରାଟି ତା’ର
ଅଙ୍କେଇ ବଙ୍କେଇ ଠାଣି ,
ପ୍ରୀତିର ସାଗର ଛଳନାର ଗାର
ତତଲା ଯୌବନ ପାଣି ।
ହୃଦୟରେ ମୋର ବସା ବାନ୍ଧିଥିଲା
ସପନ ରାଇଜ ପରି ,
ପୁଲ୍ଲକିତ ଆକ୍ତା ବସନ୍ତ ଚଗଲା
ଅଳକାନନ୍ଦା ସେ ଗୋରୀ ।
କଟୀରେ ଝୁମୁକା ଅଳତାର ଗାର
ଶ୍ଵେତ ବର୍ଣ୍ଣର ଓଢଣୀ ।
ମୟୂର ନାଚିଲା ମେଘ ବରଷିଲା
ପ୍ରେମ ଗହନର ମେଳି ,
ସୁମଧୂର ସ୍ଵରେ କୋକିଳ ଗାଇଲା
ଶୃଙ୍ଗାର ରସକୁ ବୋଳି ,
ଚହଟିଲା ବାସ ମୃଗ ବଦନର
ସରଗ ରାଇଜ ମଣି ।
ଚାଲିଲେ କଦମ୍ବ ଫୁଟିଲା ମୋ ଦେଶେ
ରହୁନାହିଁ ତୁ ମଉନେ ,
ହଳଦୀ ଚମ୍ପାର ମଖମଲ୍ଲୀ ବେଶେ
ସୁଗନ୍ଧ ଆସେ ପବନେ ।
ଦରଜା ଆଡେଇ ଖୋଲୁଛି ଝରକା
ଅଟକି ଯାଇଛି ଜାଣି ।