Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

3  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ରସରଙ୍ଗି ତୋ ଇଙ୍ଗିତ ବଚନେ

ଚଉପଦୀ - ରସରଙ୍ଗି ତୋ ଇଙ୍ଗିତ ବଚନେ

1 min
6.7K


କବି - ଗୌରହରି ପରିଚ୍ଛା

ରାଗ -ଶ୍ରୀ ତାଳ - ଆଦିତାଳ


ରସରଙ୍ଗି ତୋ ଇଙ୍ଗିତ ବଚନେ ।

ତା ଚିତ୍ତକୁ ହରି ନେଲୁ କିରେ । ପଦ ।

ତୋ ବିଧୁ ବଦନ ।

ଦେଖିଣ ମୋହନ ।

ବାସ ଭୂଷଣାଦି ମଣେ ବିଷ ପରିରେ । ୧ ।

ଖୋଳି ବାକୁ ଜଣେ ।

ଏ ବ୍ରଜ ଭୁବନେ ।

ନାହିଁ କେହି ସ୍ନେହୀ ଆଉ ତୋ ପରିରେ । ୨ ।

ଚାହିଁ ଦେଲେ ଯେଣେ ।

ତୋ ଛବି ନୟନେ ।

ଦିଗେ ଦିଗେ ଦିଶୁଛି ନାଚିଲା ପରିରେ । ୩ ।

କେବଳ ତୁ ତାର ।

ପଞ୍ଚପ୍ରାଣ ପର ।

-କାର ବର ବାରଣ ଗମନ ସିନାରେ । ୪ ।

ପାରଳା ଧବ ।

ଗୌରଚନ୍ଦ୍ର ଦେବ

ଏ ରସେ ତୋଷେ ଭାଷେ ସରସ ଚିତ୍ତରେ । ୫ ।


Rate this content
Log in