STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କାଳିନ୍ଦୀ କୂଳକୁ ମୋର

ଚଉପଦୀ - କାଳିନ୍ଦୀ କୂଳକୁ ମୋର

1 min
13.5K


କବି - ବଳଦେବ ରଥ

ରାଗ -ଇମନ କଲ୍ୟାଣ , ତାଳ - ଆଠତାଳି


କାଳିନ୍ଦୀ କୂଳକୁ ମୋର ସଙ୍ଖାଳି ନ ଯାରେ । ପଦ ।

ଯା ଶିରେ ଚନ୍ଦ୍ରିକା ଚୂଳ ରଙ୍ଗସ୍ଥଳ ନୀପମୂଳ

ତା ନୟନ ଅଞ୍ଚଳଟି ଜ୍ଞାନହଜା ରେ ।

ନବଯୁବତୀଙ୍କ ଜାତି ନେବ ବୋଲି କେତେ ଜାତି

ସୁଆଗ ଜାଣଇ ସେ ନାଟୁଆ ରଜା ରେ ।

ନ ଛପାଅ ମନ ଥିଲେ ବନ୍ଦି କବି ରବି ବୋଲେ

ସୁଖେ ବ୍ରଜମଣ୍ଡଳେ ଡିଣ୍ଡିମ ବଜା ରେ ।


Rate this content
Log in

Similar oriya poem from Classics