STORYMIRROR

Banalaxmi Mohanty

Abstract Classics

4  

Banalaxmi Mohanty

Abstract Classics

ଶିଳା

ଶିଳା

1 min
407


ଶିଳାପରେ କୋଣାର୍କର କାରୁକାର୍ଯ୍ୟ 

   ଦିଶେ କେଡେ ଶୋଭାବନ

ବାରଶ ବଢେଇ ପରିଶ୍ରମ ଫଳ

   ଧରମାର ବଳିଦାନ।। 


ନିର୍ଜୀବ ଶିଳାକୁ ଜୀବନ୍ତ କରିଣ

   ଗଢିଥାଏ କାରିଗର

ପୋଖରୀ ତୁଠର ଶିଳାଟି ଶ୍ରୀହିନ

   ହୁଏ ସିନା ନାରଖାର।। 


ବୌଦ୍ଧ ଧର୍ମ ଆଉ ଜୈନ ଧର୍ମ ବାଣୀ

    ଶିଳାରେ ଖୋଦିତ ହୋଇ

ଖଣ୍ଡଗିରି ଆଉ ଉଦୟ ଗିରିର

    ମାନ ବଢାଉଛି ସେହି।। 


ଗଣ୍ଡୁକୀ ନଦୀର ଶିଳା ଶାଳଗ୍ରାମ 

    ବିଷ୍ଣୁ ରୂପରେ ପୂଜିତ 

ସେହି ଶାଳଗ୍ରାମ ବିଷ୍ଣୁ ଶିଳା ନାମେ

    ଜଗତେ ହୋଇଛି ଖ୍ୟାତ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract