ଚଉପଦୀ - ଦେଖିଲଟି କୃଷ୍ଣଙ୍କୁ
ଚଉପଦୀ - ଦେଖିଲଟି କୃଷ୍ଣଙ୍କୁ
କବି - ଉପେନ୍ଦ୍ର ଭଞ୍ଜ
ରାଗ - କଲ୍ଯାଣୀ
ଦେଖିଲଟି କୃଷ୍ଣଙ୍କୁ
ଆଜ (ମୁଁ) ସଖି । ଘୋଷା ।
ମୋହନ ବଂଶୀଧାରୀ ବ୍ରଜବିହାରୀ
ରାସ ରଙ୍ଗେ ନୃତ୍ୟକାରୀ
ଯମୁନା ଘଟୁଆରୀ ଲାଟ ଲବଣୀଚୋରୀ
ଗୋପିଙ୍କ ମନୋହାରୀ ପୀତଦୂକୁଳିଆକୁ ।
ସୁନ୍ଦରବର କାଳିଆ ବନମାଳିଆ
କଦମ୍ବ ତରୁ ତଳିଆ
ମକର କୁଣ୍ଡଳିଆ ବଚ୍ଛା ପ୍ରତି ପାଳିଆ
ସେବତୀ ଚୂଳିଆକୁ ।
ଦେଖିଲାବେଳୁ ନୟନ ଚନ୍ଦ୍ରବଦନ
ଯାହା ହୋଇଛି ମନ
ଚିତ୍ତ ମୋ ଛନଛନ ଉଠେ ତାହାକୁ ମନ
ଯୁବା ରାଜନନ୍ଦନ ଧ୍ୟାୟେ ସେହି ରୂପକୁ ।
