STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଅନା ଗୋ ସଖି

ଚଉପଦୀ - ଅନା ଗୋ ସଖି

1 min
13.6K


କବି - ବେଣୁଧର ପଟ୍ଟନାୟକ


ଅନା ଗୋ ସଖି, ଅନା କଦମ୍ବମୂଳକୁ

କି ଶୋଭା ପାଉଛି ଶ୍ୟାମ ଯମୁନାକୂଳକୁ ।

ତ୍ରିଭଙ୍ଗିମା ଠାଣି, କୁଟିଳ ଚାହାଣୀ

ରଖିବ କି ସେ ଆଉ ପତିବରତୀ କୁଳକୁ

କର୍ଣ୍ଣରେ କୁଣ୍ଡଳ, ଲୁଳେ ଗଣ୍ଡମଣ୍ଡଳ

ରତନ ବଳୟ ସାଜେ ବାହୁଯୁଗଳକୁ

(ପଡ଼ି) କଟିରେ କିଙ୍କିଣୀ, ପାଦେ ନୂପୁର ବାଜେଣି

ମଧୁର ଧ୍ୱନିରେ ମୋହେ ହୃଦୟସ୍ଥଳକୁ

ଶ୍ରୀଶ୍ରୀକୃଷ୍ଣଚନ୍ଦ୍ର ନୃପକୁଳଇନ୍ଦ୍ର

ଲୋଟାଉଛନ୍ତି ଶିର ସେ ଚରଣଯୁଗକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics