STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ବାଟ ଛାଡ଼ ସୁହଟ ନାଗର

ଚଉପଦୀ - ବାଟ ଛାଡ଼ ସୁହଟ ନାଗର

1 min
13.2K


କବି - ବନମାଳୀ ଦାସ

ରାଗ -ଭୈରବୀ , ତାଳ - ଝୁଲା


ବାଟ ଛାଡ଼ ସୁହଟ ନାଗର

ଯମୁନା ଯିବି ନୀର ଆଣିକି

ଘାଟ ପାଇଁ ଯେବେ ନାଟ ଲଗାଇଛ

ପ୍ରତିବନ୍ଧା ଦେବି ମଥାମଣିକି । ଘୋଷା ।

ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ

ଶାଶୁ ମୋ ଅଟଇ ସପତଣୀକି

ଆହେ ଗିରିଟେକା ନ କର ତୁ ଡକା

ତୁମ୍ଭ ଲାଗି ନ ଆସିବି ଏଣିକି ।

ମୁଁ ଯେ ବୃଷଭାନୁ ନୃପତିଙ୍କ ଜେମା

ଆନ ପ୍ରାୟେ ମୋତେ ଅଛ ମଣିକି

ଧରି ମୋ ଅଞ୍ଚଳ କରୁଛ ଜଞ୍ଜାଳ

ଡର ନାହିଁ ପର ଭୂଆସୁଣୀକି ।


Rate this content
Log in

Similar oriya poem from Classics