STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ନାଶିଲା ବିବେକ ଆଜ

ଚଉପଦୀ - ନାଶିଲା ବିବେକ ଆଜ

1 min
13.9K


କବି - ବନମାଳୀ ଦାସ

ରାଗ -ଦେଶାକ୍ଷ , ତାଳ - ଝୁଲା


ନାଶିଲା ବିବେକ ଆଜ ବ୍ରଜରାଜ ପୁଅ ଗୋ

କି ମନ୍ତର ଜାଣି ଚାହେଁ କମ୍ପଇ ହୃଦୟ ଗୋ । ଘୋଷା ।

ଶ୍ୟାମପଦ ନଖକାନ୍ତି ଶଶିଠାରେ ନାହିଁ ଗୋ

ସେ ତ କଳଙ୍କରେ ପୂର୍ଣ୍ଣ ଏଥି ଦୋଷ କାହିଁ ଗୋ

(ପଡ଼ି) କି ସୁନ୍ଦର ତାର ନୂପୁର ରବ

କର୍ଣ୍ଣେ ଶୁଣି ଧୈର୍ଯ୍ୟ ନ ରହେ ଲବ

ଖରବ କଲା କାମିନୀ ଗରବ

ଦେବକି ସେ ଦେବ ସର୍ବ ଦରବ ଗୋ ।

ସ୍ମରଧନୁ ଭୂରୁ ନାଚୁଥାଇ କି ତରଙ୍ଗେ ଗୋ

କାମଛୁରୀ ପରି ନେତ୍ର ବାଜିଯାଏ ଅଙ୍ଗେ ଗୋ

(ପଡ଼ି) ଶିରେ ଶିଖି ଶିଖଣ୍ଡୀ ଘରବୁଡ଼ା

ଗୋକୁଳ ମାନସ ମୋହନ ଚୂଡ଼ା

ବନମାଳୀର ନାହିଁ ସୁଖ ଲୋଡ଼ା

ସେହି ତନୁ ମନୁ ହୁଏ କି ଛଡ଼ା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics