STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଆଜ ମୁଁ ଦେଖିଲି ଘନଶ୍ୟାମ

ଚଉପଦୀ - ଆଜ ମୁଁ ଦେଖିଲି ଘନଶ୍ୟାମ

1 min
14.1K


ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ

କବି - ରାମକୃଷ୍ଣ

ରାଗ -ବିଲାହରି , ତାଳ - ଏକତାଳି


ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ

ଦେଖିଲି ଦେଖିଲି ଘନଶ୍ୟାମକୁ ଗୋ । ପଦ ।

ସେବତୀ ପାଖୁଡ଼ା ବେଢ଼ା

ସତୀଙ୍କ ବରତ ଛଡ଼ା

କିଛି ଢଳିଅଛି ଚୂଳ

ବାମକୁ ଗୋ ।

ତା ଛବି ଉପରେ ମିତ

ପଡ଼ି ବୁଡ଼ିଗଲା ଚିତ୍ତ

କେ ଗଢ଼ିଛି ଏ ସୁନ୍ଦର

ଧାମକୁ ଗୋ ।

ଆହା ସେ ଲାବଣ୍ୟ ମୂର୍ତ୍ତି

ଦର୍ଶନେ ହରିବ ଧୃତି

ନିଉଛାଳି ହେବି ନନ୍ଦ

କାହ୍ନୁକୁ ଗୋ ।

ରାମକୃଷ୍ଣ ବୋଲେ ମିତ

ଯାହା ହେଉଅଛି ଚିତ୍ତ

ପୂର୍ଣ୍ଣକରି ନ ପାରିଲି

କାମକୁ ଗୋ ।


Rate this content
Log in

Similar oriya poem from Classics