STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ମାୟା

ମାୟା

1 min
9


ଏ ସାରା ଦୁନିଆ ଏକ ମାୟାର ସାଗର

ମିଛ ଏ ସଂସାର ମିଛ ସବୁ ସମ୍ପର୍କ ଡୋର

କିଏ କାହାକୁ ଏଠି ଦୁଃଖ ଦେଇ ଦେଇ ଯାଏ

ଦୁଃଖ କଷ୍ଟ ରେ ଏଠି ଦିନ ଆମ ବିତି ଯାଏ

ନିଜ ଲୋକ ଏଠି ଶତ୍ରୁ ସାଜି ଥାଏ ଜୀବନରେ

କେତେ ଯନ୍ତ୍ରଣା ଦେଇ ଯାଏ ଏଇ ଜଗତ ରେ

କେହି ନୁହେଁ ମୋ ଏହି ସଂସାରେ ନିଜର

ତଥାପି ଝୁରି ହୁଏ ମୋହ ମାୟା ଜାଲେ ମନ ମୋର

ଧୋକା ଦିଆ ଦଗା ଦିଆ ଏଠି ମଣିଷ ମିଳେ

କିଏ ନିଜର ପରି ଲାଗି ଖେଳ ଏଠି ଖେଳେ

କେତେ ଦିନ ପାଇଁ ଏଇ ଜନ୍ମ ଆମର

ମାୟା ବନ୍ଧନ ଏଠି କରି ଦିଏ ଆତୁର

ସବୁ ମାୟା ଅସତ୍ୟ କେହି ନୁହେଁ କାହାର

ହାତ ଛାଡି ଯିବେ ସବୁ ହରି ଏକା ଆପଣାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics