ଛନ୍ଦି ହେଲି ଛନ୍ଦାଚରଣେ
ଛନ୍ଦି ହେଲି ଛନ୍ଦାଚରଣେ
କିଛି ବୁଝିବା ଆଗରୁ ଛନ୍ଦି ଥିଲି
ତୋ ଛନ୍ଦା ପୟରେ ଛନ୍ଦ
ଛନ୍ଦେ ଛନ୍ଦାୟିତ ହେଲି ଆପେ ଆପେ
ଦୋଳାୟିତ ହେଲା ଛନ୍ଦ
କୁଳବଧୁ ଭାବେ ବାନ୍ଧି ହେବା କଥା
ସାଂସାରିକ ବନ୍ଧନରେ
ସବୁ ବନ୍ଧନ କୁ ଚ୍ଛିନ୍ନ କରି ଥିଲି
ଛନ୍ଦି ହେବାକୁ ଛନ୍ଦରେ
ଶାଶୁ ର ଗଞ୍ଜଣା ନଣନ୍ଦ ଭର୍ତ୍ସନା
ବାନ୍ଧି ପାରିଲାନି ମୋତେ
ସବୁ ବନ୍ଧନ କୁ ଛିଣ୍ଡେଇ ସହଜେ
ଛନ୍ଦି ହୋଇଲି ତୋ ସାଥେ
ଛାତିରେ ଛାତି ଛନ୍ଦି ହେଲା ଆପେ
ଛନ୍ଦିଲୁ ବାହୁ ବନ୍ଧନେ
ଛୁପା ଛୁପି ପାଇଁ ହେଲି ସହମତି
ଛଳ ନ ଥିଲା ମୋ ମନେ
ମନ ଛନ ଛନ ହୋଇ ଉଠି ଥିଲା
ତୋ ଛନ୍ଦା ଚରଣ ଦେଖି
ଛି ଛି କହୁଥିଲେ କେତେ ଗୋପାଙ୍ଗନା
ଆମ ଛନ୍ଦା ଛନ୍ଦି ଦେଖି
ଗୋପ ପୁର ଛାଡ଼ି ଚାଲି ଗଲୁ ଯେବେ
ଜାଣିଲି ଛଳିଆ ତୁହି
ଜୀବନ ଟା ମୋର ବନ୍ଧା ପଡ଼ିଅଛି
ପିଣ୍ଡ ଅଛି ପ୍ରାଣ ନାହିଁ
ତୁ ମୋ ଜୀବନ ଆଉ ମୁଁ ତୋ ଜୀବନ
ଛନ୍ଦା ଛନ୍ଦି ବେଳ କଥା
ଛାତିରେ ଛନକା ସୃଷ୍ଟି ହୋଇଅଛି
ଭାବୁ ଅଛି ଛନ୍ଦ କଥା
ଜୀବନ ଟା ମୋର ଅଛି ତୋ ପାଖରେ
ଶରୀର ରହିଛି ସ୍ଥିର
ତନ ମନ ଆଉ ଛନ୍ଦ ତୋଳୁ ନାହିଁ
ନିଜେ ନୁହେଁ ମୁ ନିଜର
ତୋ ଇଚ୍ଛା ହିଁ ମୋର ସଦିଚ୍ଛା ଭାବରେ
କରି ନେଇଛି ଗ୍ରହଣ
ଯାହା ଇଚ୍ଛା ଅଛି ପୂର୍ଣ୍ଣ ହେଉ ତାହା
ସେହି ଛନ୍ଦେ ଅଛି ପ୍ରାଣ
ରାଧା ବୋଲି ଜଣେ ଛନ୍ଦି ଥିଲା ଛନ୍ଦ
ସେହି ଛନ୍ଦା ପୟର ରେ
ତୋ ମୁଖରୁ ଥରେ ଶୁଣିବାକୁ ଚାହେଁ
ପାଖେ ଥାଇ ଅବା ଦୂରେ
ନିଜକୁ ନିଜେ ମୁଁ ଧନ୍ୟ ମଣୁ ଅଛି
ଜାଣିଛି ଛନ୍ଦା ଚରଣ
ସେ ଛନ୍ଦା ଚରଣ ଅଟେ ମୋ ଜୀବନ
ଭାବ ଥାଉ ସବୁ ଦିନ।
