STORYMIRROR

Bidyadhar Mantry

Abstract Classics

4  

Bidyadhar Mantry

Abstract Classics

ଛନ୍ଦି ହେଲି ଛନ୍ଦାଚରଣେ

ଛନ୍ଦି ହେଲି ଛନ୍ଦାଚରଣେ

1 min
20

କିଛି ବୁଝିବା ଆଗରୁ ଛନ୍ଦି ଥିଲି 

ତୋ ଛନ୍ଦା ପୟରେ ଛନ୍ଦ

ଛନ୍ଦେ ଛନ୍ଦାୟିତ ହେଲି ଆପେ ଆପେ

ଦୋଳାୟିତ ହେଲା ଛନ୍ଦ

କୁଳବଧୁ ଭାବେ ବାନ୍ଧି ହେବା କଥା

ସାଂସାରିକ ବନ୍ଧନରେ

ସବୁ ବନ୍ଧନ କୁ ଚ୍ଛିନ୍ନ କରି ଥିଲି

ଛନ୍ଦି ହେବାକୁ ଛନ୍ଦରେ

ଶାଶୁ ର ଗଞ୍ଜଣା ନଣନ୍ଦ ଭର୍ତ୍ସନା

ବାନ୍ଧି ପାରିଲାନି ମୋତେ

ସବୁ ବନ୍ଧନ କୁ ଛିଣ୍ଡେଇ ସହଜେ

ଛନ୍ଦି ହୋଇଲି ତୋ ସାଥେ

ଛାତିରେ ଛାତି ଛନ୍ଦି ହେଲା ଆପେ

ଛନ୍ଦିଲୁ ବାହୁ ବନ୍ଧନେ

ଛୁପା ଛୁପି ପାଇଁ ହେଲି ସହମତି

ଛଳ ନ ଥିଲା ମୋ ମନେ

ମନ ଛନ ଛନ ହୋଇ ଉଠି ଥିଲା

ତୋ ଛନ୍ଦା ଚରଣ ଦେଖି

ଛି ଛି କହୁଥିଲେ କେତେ ଗୋପାଙ୍ଗନା

ଆମ ଛନ୍ଦା ଛନ୍ଦି ଦେଖି


ଗୋପ ପୁର ଛାଡ଼ି ଚାଲି ଗଲୁ ଯେବେ

ଜାଣିଲି ଛଳିଆ ତୁହି

ଜୀବନ ଟା ମୋର ବନ୍ଧା ପଡ଼ିଅଛି

ପିଣ୍ଡ ଅଛି ପ୍ରାଣ ନାହିଁ

ତୁ ମୋ ଜୀବନ ଆଉ ମୁଁ ତୋ ଜୀବନ

ଛନ୍ଦା ଛନ୍ଦି ବେଳ କଥା

ଛାତିରେ ଛନକା ସୃଷ୍ଟି ହୋଇଅଛି

ଭାବୁ ଅଛି ଛନ୍ଦ କଥା

ଜୀବନ ଟା ମୋର ଅଛି ତୋ ପାଖରେ

ଶରୀର ରହିଛି ସ୍ଥିର

ତନ ମନ ଆଉ ଛନ୍ଦ ତୋଳୁ ନାହିଁ

ନିଜେ ନୁହେଁ ମୁ ନିଜର

ତୋ ଇଚ୍ଛା ହିଁ ମୋର ସଦିଚ୍ଛା ଭାବରେ

କରି ନେଇଛି ଗ୍ରହଣ

ଯାହା ଇଚ୍ଛା ଅଛି ପୂର୍ଣ୍ଣ ହେଉ ତାହା

ସେହି ଛନ୍ଦେ ଅଛି ପ୍ରାଣ

ରାଧା ବୋଲି ଜଣେ ଛନ୍ଦି ଥିଲା ଛନ୍ଦ

ସେହି ଛନ୍ଦା ପୟର ରେ

ତୋ ମୁଖରୁ ଥରେ ଶୁଣିବାକୁ ଚାହେଁ

ପାଖେ ଥାଇ ଅବା ଦୂରେ

ନିଜକୁ ନିଜେ ମୁଁ ଧନ୍ୟ ମଣୁ ଅଛି

ଜାଣିଛି ଛନ୍ଦା ଚରଣ

ସେ ଛନ୍ଦା ଚରଣ ଅଟେ ମୋ ଜୀବନ

ଭାବ ଥାଉ ସବୁ ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract