STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଅଣାକ୍ଷର ଅନାଦି ଅନନ୍ତ

ଅଣାକ୍ଷର ଅନାଦି ଅନନ୍ତ

1 min
44


ଅଣାକ୍ଷର ଅତ୍ୟନ୍ତ ଗୁଢ଼ ରହସ୍ୟ

ଅଗମ୍ୟ ପୁଣି ଗମ୍ଭୀର

ସେହି ତତ୍ତ୍ଵ ଜ୍ଞାନ ଆହରଣ ପାଇଁ

ସ୍ଥିର ଚିତ୍ତ ଶ୍ରେୟସ୍କର

ଶୁନ୍ୟ ମଣ୍ଡଳରେ ଜ୍ୟୋତି ସ୍ବରୂପ ରେ

ଥିଲେ ସେ ଅବ୍ୟକ୍ତ ବ୍ରହ୍ମ

ସ୍ୱ-ଇଚ୍ଛା ରେ ଦୁଇ ଭାଗ ହେଲା ଆପେ

ଅବ୍ୟକ୍ତ ରୁ ବ୍ୟକ୍ତ ବ୍ରହ୍ମ

ବ୍ୟକ୍ତ ଅବସ୍ଥା ରେ ପୁରୁଷ ,ପ୍ରକୃତି

ଭାବେ ହେଲେ ପରିଚିତ

ମିଳନ ହୋଇଲା ପୁରୁଷ ପ୍ରକୃତି

ସୃଷ୍ଟି ଏ ଜୀବ ଜଗତ

ମିଳନ ସମୟେ ବିନ୍ଦୁ-ଅର୍ଦ୍ଧମାତ୍ରା 

ସୃଷ୍ଟି ସହ ଏକାକାର

ପ୍ରଣବ ପ୍ରକାଶ ସହିତ ଉତ୍ପତ୍ତି

ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଯେବେ ଅବ୍ୟକ୍ତ ରୁ ବ୍ୟକ୍ତ ହେଲା ବ୍ରହ୍ମ

ବ୍ୟକ୍ତ ତ୍ରିଦେବ ରୂପରେ

ପୁରୁଷ ପ୍ରକୃତି ହେଲେ ବିବେଚିତ

ଆଦି ଅନାଦି ଭାବରେ


ସୃଷ୍ଟିକର୍ତ୍ତା ଚିନ୍ତା କଲେ ଧର୍ମ ରକ୍ଷା

କିପରି ହେବ ପାଳନ

ସ୍ୱ-ଇଚ୍ଛା ରେ ଶବ୍ଦ,ଅକ୍ଷର ର ସୂତ୍ର

ରଖିଲେ ଅତି ଗୋପନ

'ଅ ' ଠାରୁ ' କ୍ଷ ' ବର୍ଣ୍ଣ ମାଳା ସହିତରେ

ଧ୍ଵନି ଶବ୍ଦ ଉଚ୍ଚାରଣ

ଅଣାକ୍ଷର ଯନ୍ତ୍ରରେ ମନ୍ତ୍ର ଗଚ୍ଛିତ

ବୀଜ ପ୍ରୟୋଗ ମନନ


ଅକ୍ଷର ତତ୍ତ୍ଵର ସନ୍ଧାନ କଠିନ

ତା ' ସହିତ ଅଣାକ୍ଷର

ଅଣାକ୍ଷର ଜ୍ଞାନ କରିଲେ ସାଧନ

ବ୍ରହ୍ମ ଦର୍ଶନ ସତ୍ତ୍ୱର

ଗୋଟିଏ ପାଞ୍ଚ ମାତ୍ରା ବିଶିଷ୍ଟ ଲିପି

ପାଞ୍ଚଟି ମାତ୍ରା ରହିଛି

ସାଧକ ମୁଖରେ ଅଣାକ୍ଷର ତତ୍ତ୍ଵ

ମହତ୍ତ୍ଵ ବର୍ଣ୍ଣନା ଅଛି

ଅ ସହ ଆକାର, ଇକାର, ଉକାର 

ଏକାର ର ବ୍ୟବହାର

ଅନୁସ୍ୱାର ବିସର୍ଗ ଓ ଚନ୍ଦ୍ର ବିନ୍ଦୁ

ମିଳିତ ଅଛି ଏଥିର

ଅଣ ଅକ୍ଷର ରେ ବିନ୍ଦୁ,ଅର୍ଦ୍ଧ ମାତ୍ରା

ଆଦି ଅନାଦି କଥିତ

ଯେଉଁ ଅର୍ଦ୍ଧ ମାତ୍ରା ହୋଇଛି ସଂଲଗ୍ନ

ହ୍ରସଇ କାର ର ତତ୍ତ୍ଵ

'ଆ କାର ' ହିଁ ଆଦି ବ୍ରହ୍ମଙ୍କର ଧାମ

ବ୍ରହ୍ମ ହୁଏ ପ୍ରକଟିତ

ଯୋଗମାୟା,ମହାମାୟା,ବିଷ୍ଣୁମାୟା

ଅଲୌକିକ ପ୍ରକାଶିତ

'ଏ କାର ' ନିମ୍ନରେ ଅଛି ଶୁନ୍ୟ ପୂଡ଼ା

ବ୍ରହ୍ମଜ୍ଞାନ ର ମଣ୍ଡଳ

କ୍ଷରିତ ହୁଅଇ ବ୍ରହ୍ମଜ୍ଞାନ ସହ

ଶୁନ୍ୟ ତତ୍ତ୍ଵର ମଣ୍ଡଳ

'ହ୍ରସଉ କାର ' ଓ ଦୁଇ ଶୁନ ଅଟେ

ବ୍ରହ୍ମା ବିଷ୍ଣୁ ଶିବ ତତ୍ତ୍ଵ

ଦୁଇ ଶୁନ୍ୟ ତଳେ ଥିବା ଅର୍ଦ୍ଧା-ଗାର

ବାଇଶି ପାବଛ ତତ୍ତ୍ୱ

ଅକ୍ଷର ମାତ୍ରା ର ବିସର୍ଗ ଚିହ୍ନ ରେ

ବିଷ୍ଣୁ ମଣ୍ଡଳୀୟ ଜ୍ଞାନ

ଏକ ଶତ ଆଠ ବ୍ରହ୍ମ ତତ୍ତ୍ଵ ସୂତ୍ରୀ 

ପ୍ରାପ୍ତି ମାନସ ସନ୍ତାନ

ପାଞ୍ଚ ମନ ସହ ପଚିଶ ପ୍ରକୃତି

ପଞ୍ଚ ମାତ୍ରା ପଞ୍ଚ ଭୂତ

ଅଣାକ୍ଷର ସେହି ଅନାଦି ଅନନ୍ତ

ପରଂବ୍ରହ୍ମ ଜଗନ୍ନାଥ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract