STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଦୋଳରେ ଦୋଳ ଗୋବିନ୍ଦ

ଦୋଳରେ ଦୋଳ ଗୋବିନ୍ଦ

1 min
21


ସବୁଠି ଆନନ୍ଦ ଉତ୍ସବ ପାଳନ

ଦୋଳ ପର୍ବ ଧାରେ ଧାରେ

ସିଂହାସନ ଛାଡ଼ି ଠାକୁରଙ୍କ ଯାତ୍ରା

ପ୍ରିୟ ଭକ୍ତଙ୍କ ମେଳରେ

ଯାତ୍ରା ସମୟରେ ନୈବେଦ୍ୟ ଅର୍ପଣ

ହୁଏ ପ୍ରତ୍ୟେକ ଦୁଆରେ

ଭଜନ କୀର୍ତ୍ତନ ସହ ଫଗୁ ରଙ୍ଗ

ଖେଳ ବିଧି ବିଧାନ ରେ

ବିମାନ ଦୋଳିରେ ଚଳନ୍ତି ବିଗ୍ରହ

ଶ୍ରୀ ଦୋଳ ଗୋବିନ୍ଦ ବିଜେ

ଭକ୍ତି ମୟ ପରିବେଶ ସୃଷ୍ଟି ଆପେ

ପ୍ରତ୍ୟୟମାନ ସହଜେ ।


ବିଷ୍ଣୁ ଆଉ ରାଧା କୃଷ୍ଣ ମନ୍ଦିରରେ

ଦୋଳ ଉତ୍ସବ ପାଳନ

ଆମ ସଂସ୍କୃତି ଓ ପରମ୍ପରା ବିଧି

ହେଉଅଛି ଆୟୋଜନ

ଯେବେ ଦୋଳ ଅବା ହୋଲି ପର୍ବ ନାମ 

ଗୁଞ୍ଜରିତ ହୋଇ ଥାଏ

ହୃଦୟେ ରଙ୍ଗର ଛିଟା ଆପେ ଆପେ

ଲାଗିବା ପ୍ରତ୍ୟୟ ହୁଏ

ଉତ୍ସବରେ ମୁଖରିତ ଏ ସମାଜ

ରଙ୍ଗ ସହ ଭାବ ବହି

ଭାଇଚାରା ମନୋଭାବ ପ୍ରଦର୍ଶନ

ଯୁଗେ ଯୁଗେ ଅଛି ରହି ।


କୃଷ୍ଣ ଅବତାରେ ପରମ ପ୍ରେମିକ 

ଗୋପିମାନଙ୍କ ସହିତ

ରାସ ରସେ ରତ ଥାଇ ଦୋଳି କୁଞ୍ଜେ

ଫଗୁ ରଙ୍ଗେ ରଙ୍ଗାୟିତ

ରାଧା ରାଣୀ ସହ ଆମୋଦ ପ୍ରମୋଦ

ଥଲା ହୃଦୟରେ ଭାବ

ପବିତ୍ର ପ୍ରେମର ସ୍ମୃତି ଗାନ ସହ

ପାଳନ ହେଉଛି ପର୍ବ ।


ଶ୍ରୀମନ୍ଦିରରେ ଦୋଳ ଯାତ୍ରା ଉତ୍ସବ

ଫଗୁ ରଙ୍ଗ ସହିତରେ

ହର୍ଷ ଉଲ୍ଲାସରେ ଭକ୍ତ ପ୍ରାଣ ନାଚେ

ପ୍ରଭୁଙ୍କ ଗୁଣ ଗାନ ରେ

ଶ୍ରୀଜୀଉମାନେ ଦୋଳ ବେଦୀକୁ ଯାତ୍ରା

ହେଉ ନାହିଁ ପୂର୍ବ ପରି

ଚଳନ୍ତି ପ୍ରତିମା ଶ୍ରୀଦୋଳଗୋବିନ୍ଦ

ଯାତ୍ରା ହୁଏ ସର୍ବୋପରି

ଦୋଳ ଯାତ୍ରା ହିଁ ଚାଚେରୀ ନାମରେ

ଶ୍ରୀମନ୍ଦିରରେ ଖ୍ୟାତ 

ଫାଲଗୁନ ଶୁକ୍ଲ ଦଶମୀ ତିଥି ରୁ

ଚତୁର୍ଦ୍ଦଶୀ ର ପର୍ଯ୍ୟନ୍ତ

ଦୋଳଗୋବିନ୍ଦଙ୍କ ଚାଚେରୀ ଭ୍ରମଣ

ବେଦୀରେ ବିରାଜମାନ

ଶ୍ରୀଦେବୀ ଭୂଦେବୀ ସହିତ ଉତ୍ସବ

ହୋଇଥାଏ ଆୟୋଜନ ।


ମଧ୍ୟାହ୍ନ ଧୂପ ପରେ ହିଁ ଶ୍ରୀଜୀଉଙ୍କ

ବେଶ ହୁଏ ଆୟୋଜନ

ଚନ୍ଦନ ଲାଗି କରିବା ପରେ ପରେ

ନାଲି ବସ୍ତ୍ର ପରିଧାନ

ଶ୍ରୀଜଗନ୍ନାଥ ଆଉ ବଳଭଦ୍ରଙ୍କୁ

ନଳୀ ଭୁଜ ଲାଗି ହୁଏ

ନଳୀ ଭୁଜ ରେ ପ୍ରଭୁଙ୍କର ଆୟୁଧ

ଖୋଦିତ ହୋଇଣ ଥାଏ

ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର

ଲାଗି ହୁଏ ଶ୍ରୀଅଙ୍ଗରେ

ଫଗୁ ଲାଗି ହେବା ସହ ଆଜ୍ଞାମାଳ

ବିଧି ଚାଚେରୀ ଯାତ୍ରାରେ

ବିମାନରେ ବିଜେ ଶ୍ରୀଦୋଳଗୋବିନ୍ଦ

ଶ୍ରୀଦେବୀ ଭୂଦେବୀ ସାଥେ

ଜଗନ୍ନାଥ ବଲ୍ଲଭ ମଠ କୁ ଭ୍ରମଣ

ହର୍ଷ ଉଲ୍ଲାସ ସହିତେ

ପାଞ୍ଚ ଦିନ ବ୍ୟାପି ହୁଏ ଫଗୁ ଖେଳ

ଚାଚେରୀ ବେଶ ଭୋଗରେ

ଦୋଳ ପୂର୍ଣ୍ଣିମାରେ ହୁଏ ସୁନାବେଶ

ରତନ ବେଦୀ ଉପରେ

ବସନ୍ତ,ମଦନ , ଫଲ୍ଗୁ ମହୋତ୍ସବ

ଦୋଳ ଯାତ୍ରା ଅନ୍ୟ ନାମ

ଦୋଳ,ସ୍ନାନ,ରଥ ତିନି ଯାତ୍ରା ସାର 

ଦୋଳ ଯାତ୍ରା ଅନ୍ୟତମ

ଦୋଳ ରେ ଦୋଳ ଗୋବିନ୍ଦ ଝୁଲନ୍ତି

ଝୁଲେ ଭକ୍ତ ମନ ପ୍ରାଣ

ଆମ ସଂସ୍କୃତି ଓ ପରମ୍ପରା ପର୍ବ

ଦୋଳ ଗୋବିନ୍ଦ ମହାନ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract