STORYMIRROR

Nibedita Panda

Classics

4  

Nibedita Panda

Classics

ପାପ ଏକ ପୁଣ୍ୟର ନାମ

ପାପ ଏକ ପୁଣ୍ୟର ନାମ

1 min
13


କିଛି ପାପର ବି ପୁଣ୍ୟ ଫଳ ମିଳେ

   ତାହା ହିଁ ପବିତ୍ରପାପ ।

ସେ ପାପ ପାଇଁ ଏ ଜୀବନ ସାର୍ଥକ

   ମିଳେନାହିଁ ଅଭିଶାପ ।।


କିଛି ମିଛ ଅଛି ତାହାରି ମାଧ୍ୟମେ

   ହୁଏ ଧର୍ମ ସଂସ୍ଥାପନ ।

ଦ୍ଵାପର ଯୁଗର ଶ୍ରୀକୃଷ୍ଣ ଚରିତ୍ର

   ଜୀବନ୍ତ ଉଦାହରଣ ।।


କେହି ନୁହେଁ ତୋର ତୁ ନୁହେଁ କାହାର

    ମିଛମାୟାର ସଂସାର ।

ପାପ ପୁଣ୍ୟ ସବୁ ଆତ୍ମାର ବ୍ୟାପାର

    ଅଟେ ସତ୍ୟ ଜୀବନର ।।


କର୍ମ କରିଯାଅ  କର୍ତ୍ତବ୍ୟ ପଥରେ

   ଫଳ ଆଶା ରଖ ନାହିଁ ।

ଯାହାକୁ ଭାବୁଛ ମହାପୁଣ୍ୟ ବୋଲି

 ଆସେ ,ଯାଏ ଦୁଃଖ ଦେଇ ।।


ସୁଖରୁ କିଞ୍ଚିତ ବାଣ୍ଟି ଦେଇଚାଲ

  ସାହା ହୋଇ କା' ଦୁଃଖରେ ।

ସେହି ତୁମ ପୁଣ୍ୟ,ନୁହଁ ଅକାରଣ

   କଳୁଷିତ ଜୀବନରେ ।।


ପୁଣ୍ୟ ପାଇଁ ଯେବେ ଥାଏ ନିବେଦିତ 

     ପବିତ୍ର ଜୀବନଦୀପ ।

ସ୍ତିମିତ ସଳିତା ହୋଇ ଜଳୁଥାଏ

    କର୍ମ ରୂପକ ଏ ପାପ ।।


ବୋଳିହୋଇ ସକଳ କଳୁଷର ଘୃତ

   ଜୀଵନାଦୀପେ ଆଲୋକ,

ପାପ ସଳିତା ରେ ପୂଣ୍ୟ ଝଲକ

   ତା' କର୍ତ୍ତା ପାପୀର ଲୋକ।


ପାପୀ ହିଁ ଜଳିଜାଣେ ଆଦରି

     ପଶ୍ଚାତାପର ଡ଼ହକ,

ସଜ କରେ ନିଜ ଦହନରେ

     ପୂଣ୍ୟର ଜୀବନଦୀପ।


ଏହି କର୍ମ ପାପ ଏହି କର୍ମ ପୂଣ୍ୟ

     ନିର୍ଣ୍ଣାୟକ ଜୀବନରେ,

ଧନ୍ୟ ହୋଇଥାଏ ମଣିଷ ଜୀବନ

    ପାପ ବଦଳେ ପୂଣ୍ୟ ରେ।

      

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics