STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ନୀଳାଦ୍ରି ଚନ୍ଦ୍ରମା

ନୀଳାଦ୍ରି ଚନ୍ଦ୍ରମା

1 min
36


ଭଗବାନ ବିଷ୍ଣୁ ସର୍ବଦା ଜଡ଼ିତ

ନୀଳ ନାମ-ଶବ୍ଦ ସହ

ନୀଳଗିରି ନୀଳ-କନ୍ଦର ନୀଳାଦ୍ରି

ନୀଳାଚଳ ହିଁ ପ୍ରତ୍ୟୟ

ପୂର୍ବ ସମୁଦ୍ର ରୁ ପଶ୍ଚିମ ସମୁଦ୍ର

ମଧ୍ୟେ ଛଅଟି ପର୍ବତ

ବିସ୍ତାରିତ ହୋଇ ରହିଥିବା କଥା

ମହାଭାରତରେ ବ୍ୟକ୍ତ

ତନ୍ମଧ୍ୟ ରୁ ଉଜ୍ଜ୍ବଳ ଧାତୁ ସମ୍ପନ୍ନ

ପର୍ବତ ହିଁ ନୀଳାଚଳ

ବୈଦୁର୍ଯ୍ୟ ନୀଳ ଜଳଦ କାନ୍ତି ଯୁକ୍ତ

ଚନ୍ଦ୍ରମା ସମ ଉଜ୍ଜ୍ବଳ

ନୀଳାଚଳ ଧାମ ଭାବେ ପରିଚିତ

ଅନ୍ୟ ନାମ ଶଙ୍ଖ କ୍ଷେତ୍ର

ଦକ୍ଷିଣାବର୍ତ୍ତ ଶଙ୍ଖ ସଦୃଶ ଅଟେ

ତା'ର ଭୌଗଳିକ ଚିତ୍ର

ତୀର୍ଥରାଜ ସମୁଦ୍ର ସଲିଳ ଦ୍ଵାରା

ବାଲୁକା ରାଶି ଉତ୍ତିଥ 

ଯେବେ ସମାବେଷ୍ଟିତ ହୋଇଲା କ୍ରମେ  

ମଧ୍ୟ ସ୍ଥଳ ରେ ପର୍ବତ

ଶଙ୍ଖ ର ଉଦର ଜଳରେ ନିମଗ୍ନ

ରତ୍ନ ବେଦୀ ନାଭି ଦେଶେ

ଶତ ଦଳ କମଳ ଯୁକ୍ତ ବେଦୀରେ

ଦାରୁ ବିଗ୍ରହ ପ୍ରକାଶେ ।


ସ୍ଵୟଂ ପରଂବ୍ରହ୍ମ ଜଗନ୍ନାଥ ରୂପେ

ବିଜେ ରତ୍ନ ସିଂହାସନେ

ନୀଳାଦ୍ରି ଚନ୍ଦ୍ରମା ସମ ସୁଶୋଭିତ

ଶଦ୍ଦ ନାହିଁ ତା' ବର୍ଣ୍ଣନେ

ଲଲାଟ ରେ ଅଛି କସ୍ତୁରୀ ତିଳକ

ବକ୍ଷ ରେ କୌସ୍ତୁଭ ମଣୀ

ଶ୍ରୀ ହସ୍ତରେ ବେଣୁ କର ରେ କଙ୍କଣ

ନାସାଗ୍ର ରେ ରତ୍ନ ପୁଣି

କର୍ଣ୍ଣ ରେ କୁଣ୍ଡଳ ଗଳେ ମୁକ୍ତା ମାଳ

କଟି ରେ ପିତ ବସନ

ସର୍ବାଙ୍ଗରେ ହରିଚନ୍ଦନ ର ଲେପ 

ଦର୍ଶନେ ଜୀବନ ଧନ୍ୟ ।


ସବୁ ତୀର୍ଥ ଠୁଳ ମହୋଦଧି ଜଳେ

ନୀଳାଚଳେ ନିତ୍ଯ ଲୀଳା

ଅବତାର ଉତ୍ସ ସ୍ଵୟଂ ଅବତାରୀ 

ଅପୂର୍ବ ସେ ଲୀଳା ଖେଳା

ଅଂଶ ଅଂଶୀ ସ୍ଵୟଂ ନୀଳାଦ୍ରି ଚନ୍ଦ୍ରମା

ସବୁ ଲୀଳା ପ୍ରଦର୍ଶନ

ରାମ କୃଷ୍ଣ ପୁଣି ଈଶାନ ଭବାନୀ

ଶ୍ରୀମନ୍ଦିରେ ଅବସ୍ଥାନ

ଯେତେ ଅବତାର ଯେତେ ଅଛି ଲୀଳା

ସବୁ ଲୀଳା ନୀଳାଚଳେ

ଲୀଳା ମୁଖରିତ ନୀଳାଚଳ ଧାମେ

ଭକ୍ତବନ୍ଧୁ ଭକ୍ତ ମେଳେ

ପ୍ରକୃତି ପରମ ପୁରୁଷ ମିଳନ

ସ୍ଵୟଂ ନୀଳାଦ୍ରି ଚନ୍ଦ୍ରମା

ଆନ ଦରଶନ ନାହିଁ ପ୍ରୟୋଜନ

ବୁଝି ବୁଝାଅ ମହିମା ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract