STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଗର୍ବିତ ଜନ୍ମି ଉତ୍କଳେ

ଗର୍ବିତ ଜନ୍ମି ଉତ୍କଳେ

1 min
32


କଳା ସଂସ୍କୃତି ରେ ଗରୀୟାନ ସଦା

ଉତ୍କଳ ମାଟିର ଗାଥା

ନଦୀ ବିଲ ବଣ ହ୍ରଦ ଓ ସମୁଦ୍ର

ଫୁଲ ମାଳ ପରି ଗୁନ୍ଥା

କଳା ପ୍ରିୟ କଳା ଶ୍ରୀମୁଖ ସାଆନ୍ତ

ସ୍ଵୟଂ ବିଜେ ଶ୍ରୀକ୍ଷେତ୍ରରେ

ସ୍ଵତନ୍ତ୍ର ଭାବରେ ଭବ୍ୟ ପରିଚୟ

ସାରା ବିଶ୍ବ ବ୍ରହ୍ମାଣ୍ଡରେ

ଉତ୍କଳର ଗର୍ବ ଗୌରବ ଜଡ଼ିତ

କୋଣାର୍କର ଐତିହ୍ୟ ରେ

ଓଡ଼ିଶୀ ନୃତ୍ୟର ରହିଛି ଚାହିଦା

ବିଶ୍ଵ କଳା ଦରବାରେ

ଯାନି ଯାତ୍ରା ପୁଣି ଲୋକ ନୃତ୍ୟ ଧାରା

ନାଚ ପାଇଁ ସାଜସଜ୍ଜା

ପାଲା,ଦାସ କାଠି,ଘୁଡୁକି,ଗାଆଣ

ଗୋଟି ପୁଅ ନାଚ ମଜା

ଉତ୍କଳର କାରୁକାର୍ଯ୍ୟ ତାରକସୀ

ପାଟ ବସ୍ତ୍ର ମନ ଲାଖି

ଚିଲିକା ହ୍ରଦର ଅପୂର୍ବ ଶୋଭାରେ

ପର୍ଯ୍ୟଟକ ଖୁସି ଦେଖି

ଉତ୍କଳର ପର୍ବ ପର୍ବାଣୀ ନିଆରା

ନିଆରା ବି ଖାଦ୍ୟ ପେୟ

ପଖାଳ ଚକୁଳି କାଞ୍ଜି ପୋଡ଼ ପିଠା

ଉତ୍କଳର ପରିଚୟ

ଉତ୍କଳର ଭାଷା ଓ ସାହିତ୍ୟ କ୍ଷେତ୍ର

ବହୁ କାଳରୁ ସମୃଦ୍ଧ

ଛନ୍ଦ,ଚଉପଦୀ,ରାଗ ରାଗିଣୀ ରେ

ସଙ୍ଗୀତ ବି ମନବୋଧ

ଖଣିଜ ସମ୍ପଦ ଉତ୍କଳର ଗର୍ବ

ଶିଳ୍ପ କ୍ଷେତ୍ରେ ଅବଦାନ

ଆଧୁନିକ ସଭ୍ୟତାର ତାଳେ ତାଳେ

ଉତ୍କଳ ବି ଗରୀୟାନ ।


ରଥଯାତ୍ରା ପାଇଁ ଚର୍ଚ୍ଚାରେ ଉତ୍କଳ

ଚର୍ଚ୍ଚିତ ବି ଜଗନ୍ନାଥ

ପୁଣ୍ୟ ଭୂମି ଏଇ ଉତ୍କଳ ପ୍ରଦେଶେ

ଉଡ଼େ ନୀଳଚକ୍ରେ ନେତ

ଉତ୍କଳ ମାଟିର ସନ୍ତାନ ସମ୍ପ୍ରତି

ପରିଚୟ ବି ସ୍ଵତନ୍ତ୍ର

ଜଗନ୍ନାଥ ଧାମ ଉତ୍କଳ ପ୍ରଦେଶ

ହୃଦେ ଭକ୍ତି ଭାବ ଜାତ 

ଉତ୍କଳ ଜନନୀ ଉଚ୍ଚାରଣ ପରେ

ଗର୍ବ ଭାବ ହୃଦେ ଭରି

ଉତ୍କଳ ମାତାର ଗୌରବ ଅକ୍ଷୁର୍ଣ୍ଣ

ପଣ ହେଉ ସର୍ବୋପରି

ଆସ ଯେତେ ସବୁ ଉତ୍କଳ ସନ୍ତାନ

କରିବା ବଜ୍ର ଶପଥ

ଉତ୍କଳ ମାତାର ଯଶ ଓ ଗୌରବ

ଜୀବନରେ ହେଉ ବ୍ରତ

ଗର୍ବିତ ନିଜକୁ ଜନ୍ମି ଉତ୍କଳରେ

ଗର୍ବରେ କହେ ଓଡ଼ିଆ 

ପଢୁଛି ଲେଖୁଛି ଓଡ଼ିଆ ସାହିତ୍ୟ

ଓଡ଼ିଆ ଭାଷା ବଢ଼ିଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract