STORYMIRROR

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ମା ବିଶ୍ଵେଶ୍ଵରୀ

ମା ବିଶ୍ଵେଶ୍ଵରୀ

1 min
11


ଚର୍ମ ଚକ୍ଷୁରେ ତୋ ଫୋଟୋ ଉଠାଇଲି

ହୃଦୟେ ସାଇତି ରଖିଲି

ସମୟ ଅସମୟେ ସେଇ ହୃଦୟରୁ

ମାଆ ମାଆ ବୋଲି ଡାକିଲି ।।


ଶୁଣିବୁ ଯଦି ମୋ ଅନ୍ତରର କଥା

ନୟନେ ଲୋତକ ଭରିବ

ମାଆ ହୋଇ ଯଦି ଡାକ ନଶୁଣିବୁ

ଆଉ ଅବା କିଏ ଶୁଣିବ ।।


ମନ୍ଦାର ମାଳିନୀ ଜଗତ ମୋହିନୀ

ତୋ କରୁଣା ବରଷା ପାଇ

ଅନ୍ଧକାର ଘରେ ଆଲୋକ ଜଳୁଛି

ଜଳ ଝରେ ଶୁଖିଲା ନଈ ।।


ନୟନରେ ତୋର ନୟନ ମିଶିଲେ

ଭୁଲିଯାଏ ସଂସାର ଦୁଃଖ

ଦୂରିଭୂତ ହୁଏ ମୋର କଷ୍ଟ ଯେତେ

ପାଉଅଛି ଅମାପ ସୁଖ ।।


ଅନ୍ତରରେ ମୋର ରହିଅଛୁ ମାଆ

ଚାଲୁଛି ଚିନ୍ତାଶୂନ୍ୟ ହୋଇ

ସୁମରଣା କରି ନିତି ପ୍ରତିଦିନ

ତୁଣ୍ଡେ ତୋର ନାମକୁ ଗାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract