ମା ବିଶ୍ଵେଶ୍ଵରୀ
ମା ବିଶ୍ଵେଶ୍ଵରୀ
ଚର୍ମ ଚକ୍ଷୁରେ ତୋ ଫୋଟୋ ଉଠାଇଲି
ହୃଦୟେ ସାଇତି ରଖିଲି
ସମୟ ଅସମୟେ ସେଇ ହୃଦୟରୁ
ମାଆ ମାଆ ବୋଲି ଡାକିଲି ।।
ଶୁଣିବୁ ଯଦି ମୋ ଅନ୍ତରର କଥା
ନୟନେ ଲୋତକ ଭରିବ
ମାଆ ହୋଇ ଯଦି ଡାକ ନଶୁଣିବୁ
ଆଉ ଅବା କିଏ ଶୁଣିବ ।।
ମନ୍ଦାର ମାଳିନୀ ଜଗତ ମୋହିନୀ
ତୋ କରୁଣା ବରଷା ପାଇ
ଅନ୍ଧକାର ଘରେ ଆଲୋକ ଜଳୁଛି
ଜଳ ଝରେ ଶୁଖିଲା ନଈ ।।
ନୟନରେ ତୋର ନୟନ ମିଶିଲେ
ଭୁଲିଯାଏ ସଂସାର ଦୁଃଖ
ଦୂରିଭୂତ ହୁଏ ମୋର କଷ୍ଟ ଯେତେ
ପାଉଅଛି ଅମାପ ସୁଖ ।।
ଅନ୍ତରରେ ମୋର ରହିଅଛୁ ମାଆ
ଚାଲୁଛି ଚିନ୍ତାଶୂନ୍ୟ ହୋଇ
ସୁମରଣା କରି ନିତି ପ୍ରତିଦିନ
ତୁଣ୍ଡେ ତୋର ନାମକୁ ଗାଇ ।।