STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଚାଚେରୀ ବେଶ

ଚାଚେରୀ ବେଶ

1 min
25


ଶ୍ରୀଜୀଉମାନେ ଦୋଳ ବେଦୀକୁ ଯାତ୍ରା

ହେଉ ନାହିଁ ପୂର୍ବ ପରି

ଚଳନ୍ତି ପ୍ରତିମା ଶ୍ରୀଦୋଳଗୋବିନ୍ଦ

ଯାତ୍ରା କରନ୍ତି ସେପରି

ହର୍ଷ ଉଲ୍ଲାସ ସହ ପରିଭ୍ରମଣ 

ଚାଚେରୀ ଉତ୍ସବ ଅର୍ଥ

ଫାଲଗୁନ ଶୁକ୍ଲ ଦଶମୀ ତିଥି ରୁ

ଚତୁର୍ଦ୍ଦଶୀ ର ପର୍ଯ୍ୟନ୍ତ

ଦୋଳଗୋବିନ୍ଦଙ୍କ ଚାଚେରୀ ଭ୍ରମଣ

ବେଦୀରେ ବିରାଜମାନ

ଶ୍ରୀଦେବୀ ଭୂଦେବୀ ସହିତ ଉତ୍ସବ

ହୋଇଥାଏ ଆୟୋଜନ ।


ମଧ୍ୟାହ୍ନ ଧୂପ ପରେ ହିଁ ଶ୍ରୀଜୀଉଙ୍କ

ବେଶ ହୁଏ ଆୟୋଜନ

ଚନ୍ଦନ ଲାଗି କରିବା ପରେ ପରେ

ନାଲି ବସ୍ତ୍ର ପରିଧାନ

ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର

ଲାଗି ହୁଏ ଶ୍ରୀଅଙ୍ଗରେ

ଫଗୁ ଲାଗି ହେବା ସହ ଆଜ୍ଞାମାଳ

ବିଧି ଚାଚେରୀ ଯାତ୍ରାରେ

ବିମାନରେ ବିଜେ ଶ୍ରୀଦୋଳଗୋବିନ୍ଦ

ଶ୍ରୀଦେବୀ ଭୂଦେବୀ ସାଥେ

ଜଗନ୍ନାଥ ବଲ୍ଲଭ ମଠ କୁ ଭ୍ରମଣ

ହର୍ଷ ଉଲ୍ଲାସ ସହିତେ

ପାଞ୍ଚ ଦିନ ବ୍ୟାପି ହୁଏ ଫଗୁ ଖେଳ

ଚାଚେରୀ ବେଶ ଭୋଗରେ

ଦୋଳ ପୂର୍ଣ୍ଣିମାରେ ହୁଏ ସୁନାବେଶ

ରତନ ବେଦୀ ଉପରେ ।


ମରିଚିନଡ ଆରିସା ନାମରେ

ହୁଏ ଚାଚେରୀ ଭୋଗ

ଖିରି ଘିନାଡି ଓ ଧଉଳା ବି ହୁଏ

ଭାଗ୍ୟ ଥିଲେ ମିଳେ ଭୋଗ

ବସନ୍ତ,ମଦନ , ଫଲ୍ଗୁ ମହୋତ୍ସବ

ଦୋଳ ଯାତ୍ରା ଅନ୍ୟ ନାମ

ଦୋଳ ସ୍ନାନ ରଥ ସାର ତିନି ଯାତ୍ରା

ଦୋଳ ଯାତ୍ରା ଅନ୍ୟତମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract