STORYMIRROR

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ବୋଉ ହେବା ଏତେ ସହଜ ନୁହେଁ

ବୋଉ ହେବା ଏତେ ସହଜ ନୁହେଁ

1 min
12


ଯେତେବେଳେ ବୋଉ କଥା ମାନୁନଥିଲି

ପ୍ରତି କଥାରେ ତେଢି ଦେଉଥିଲି

ବୋଉ ମନଦୁଃଖ କରୁଥିଲା

ଆଉ କହୁଥିଲା

ଏବେ ତୁ ବୁଝି ପାରିବୁନି

ମୋ ଜଞ୍ଜାଳ ମୋ ଚିନ୍ତା ଜାଣି ପାରିବୁନି

ଆଜି ମୋ କଥା ତୋ କାନ ନଛୁଏଁ

ନିଜେ ବୋଉ ହେଲେ ଜାଣି ପାରିବୁ

ବୋଉ ହେବା ଏତେ ସହଜ ନୁହେଁ ।


ଆଜି ମୁଁ ବୋଉ ହୋଇ ସାରିଛି

ବୋଉର ପ୍ରତ୍ୟେକ କଥା କାନରେ ବାଜେ

ବୋଉ ପଣତ ତଳେ ହୃଦୟ ହଜେ

ବୋଉ ମନସ୍କ ଏ ମନ ଧାଏଁ

ଏବେ ବୁଝୁଛି

ବୋଉ ହେବା ଏତେ ସହଜ ନୁହେଁ ।


ଦଶମାସ ଗର୍ଭ କଷ୍ଟ ସହିଲି

ବକ୍ଷ ଅମୃତ ପାନ କରାଇଲି

ତା ହସେ ହସିଲି ତା କାନ୍ଦେ କାନ୍ଦିଲି

କେବେ ରାତି ହେଲା କେବେ ରାତି ପାହିଲା

କିଛି ଜାଣି ନପାରିଲି

ହଜାଇଲି ନିଜକୁ ମମତା ମୋହେ

ଏବେ ବୁଝୁଛି

ବୋଉ ହେବା ଏତେ ସହଜ ନୁହେଁ ।


ଖାଇବା ଠାରୁ ପିନ୍ଧିବା

ପାଠ ବୁଝି ପୁଣି ବୁଝାଇବା

ଜନନୀର ନୂଆ ରୂପ ହୋଇଲି

ଆୟା ଓ ଶିକ୍ଷୟିତ୍ରୀ ହୋଇଲି

ନିଜ ସପନକୁ ମନ ପିରାମିଡ୍ ରେ ସାଇତି

ସନ୍ତାନ ସପନ ପଛେ ଧାଇଁଲି

ତଥାପି ତାକୁ ବୁଝି ପାରୁନି ବୋଲି

ମୋ ଅଂଶ କହେ

ଏବେ ବୁଝୁଛି

ବୋଉ ହେବା ଏତେ ସହଜ ନୁହେଁ ।


ଜୀବନର ମଧ୍ୟାହ୍ନ ଆଉ ଅପରାହ୍ନ

ତା ପାଇଁ ସବୁ ଉତ୍ସର୍ଗ କଲି

ଦୁନିଆକୁ ତା ଭିତରେ ଦେଖିଲି

ସେ କିନ୍ତୁ କହେ

ସବୁ ବୋଉର କର୍ତ୍ତବ୍ୟ ଇଏ

ଯାହା କରିଛୁ କିଛି ଅଧିକ ନୁହେଁ

ଏବେ ବୁଝୁଛି

ବୋଉ ହେବା ଏତେ ସହଜ ନୁହେଁ ।


ମତେ ବୁଝୁ କି ନବୁଝୁ ଧନ ମୋହର

ମୁଖେ ଥାଉ ତାର ହସର ଧାର

ପ୍ରଭୁ କରୁଣା ତା ଉପରେ ଥାଉ

ସପନ ସବୁ ତା ପୁରଣ ହେଉ

ତା ଶୁଭକାମନା ଏ ମନ ଚାହେଁ

ନିଜେ ବୋଉ ହେଲେ ସେ ବୁଝିବ

ବୋଉ ହେବା ଏତେ ସହଜ ନୁହେଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract