STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଯନ୍ତ୍ରଣା ଜାଣେ ଜନ୍ମଦାତ୍ରୀ

ଯନ୍ତ୍ରଣା ଜାଣେ ଜନ୍ମଦାତ୍ରୀ

1 min
19


ଜନ୍ମ ଜନିତ ଯନ୍ତ୍ରଣା ଜାଣେ ଆପେ

ଜନ୍ମଦାତ୍ରୀ ଜନ୍ମ ଦେଇ

ଜୀବନ ସହିତ ସାହସ ରେ ଲଢ଼ି

ନୂଆ ଜନମ ଲଭଇ

ଜୀବନର ପ୍ରତି ଟି ପଦକ୍ଷେପରେ 

ଯନ୍ତ୍ରଣା ରହିଛି ସୁପ୍ତ

ଯଦି ବାଧା ପ୍ରାପ୍ତ ହୁଏ ଗତିପଥ

ଯନ୍ତ୍ରଣା ହୁଏ ଜାଗ୍ରତ

ଜନ୍ମରୁ ମରଣ ସାଥିରେ ଯନ୍ତ୍ରଣା

ଯେବେ ଲହୁ ହୁଏ ଲୁହ

ହାତର ଖେଳନା ସମ ନିର୍ଯାତନା

ଦୋଷୀ ଭାବନା ପ୍ରତ୍ୟୟ

ନାରୀ ମନ ମଧ୍ୟେ ଅବ୍ୟକ୍ତ ବେଦନା

ହୃଦ ସମୁଦ୍ରେ ନିମଗ୍ନ

ଅବିଚାର ପ୍ରତି ସହେ ମଥା ପାତି

ସତେ ଯେମିତି ପାଷାଣ

ମନରେ ଯନ୍ତ୍ରଣା ଆଖିରେ ଲୋତକ

କ୍ଷୀଣ ଜୀବନ ପ୍ରଦୀପ

ସଭିଙ୍କୁ ଆଲୋକ ଚାହୁଁ ଥିବା ଜ୍ୟୋତି

କ୍ରମେ ହୁଅଇ ନିର୍ବାପ

ସ୍ନେହ ଅବା ମିଠା ବୋଳା ପଦେ କଥା

ଯେବେ ସପନ ସମାନ

ଡରି ଡରି ଯନ୍ତ୍ରଣାକୁ କରାୟତ

ଯନ୍ତ୍ରଣା ହିଁ ତା' ଜୀବନ ।


ନୀରବରେ ଲୁପ୍ତ ହେବା ଚିକ୍ତାର ର

ଅନ୍ୟ ନାମ ହିଁ ଯନ୍ତ୍ରଣା

ଅସହାୟତା ଅବା ଶକ୍ତି ହୀନତା

ପ୍ରତି କ୍ରୋଧ ହିଁ ଯନ୍ତ୍ରଣା

ବାଧ୍ୟ ବାଧ୍ୟକତା କାର୍ଯ୍ୟ ସମ୍ପାଦନ

ଅନ୍ୟ ଅର୍ଥରେ ଯନ୍ତ୍ରଣା

ପରିସ୍ଥିତି ପ୍ରତି ବିତସ୍ପୃହ କାମ

ଯନ୍ତ୍ରଣା ଭାବରେ ଗଣା

ମନ୍ଦ ଉଦ୍ଦେଶ୍ୟ ଓ ପ୍ରତାରଣା ପ୍ରତି

ସମର୍ଥନ ହିଁ ଯନ୍ତ୍ରଣା

ମିଥ୍ୟା ପ୍ରତିଶୃତି ପ୍ରତି ଆଶାବାଦୀ

ପ୍ରାୟ ଚଳନ୍ତି ଯନ୍ତ୍ରଣା ।


ପିଲାଦିନ ଆଶା ଆଶାରେ ରହିବା

ସବୁଠୁ ବଡ ଯନ୍ତ୍ରଣା

ସମ୍ପର୍କୀୟ ନ ଚିହ୍ନିବା ଅଭିନୟ

ହୃଦୟ ଘାତ ଯନ୍ତ୍ରଣା

ଭାବନାକୁ ନ ବୁଝିଲେ ପ୍ରିୟଜନ

କଷ୍ଟ ହୁଏ ହୃଦୟରେ

ଆପଣାର ଯେବେ ପର ଭାବି ନେବେ

ଯନ୍ତ୍ରଣା ଜାଗେ ମନରେ

ଯେବେ ଅପ୍ରକାଶିତ ମନ-ଭାଵନା

କଷ୍ଟ ସହେ ଏକାନ୍ତରେ

ନିଜ ଇଚ୍ଛା ବିରୁଦ୍ଧ ରେ ପଦକ୍ଷେପ

ହୃଦୟ ରୋଦନ କରେ

ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହେବା

ଏକ ନୈତିକ ଯନ୍ତ୍ରଣା

ସଭ୍ୟ ସମାଜରେ ରହି ହୀନ ମନା

ଶିକ୍ଷିତ ସମାଜେ ଘୃଣା ।


ହୃଦୟରେ ଲୁଚି ଥିବା ଆଶା ଯେବେ

ନିରାଶା ସଂକଳ୍ପ ମୂଳେ

ମଥା-ପାତି ସବୁ କିଛି ସହିଯିବା

ବାଧ୍ୟ ହୁଏ କାଳ ବଳେ

ହସ ସମ୍ମୁଖରେ ଲୁହର ଝରଣା

ଏକ ନିଛକ ଯନ୍ତ୍ରଣା

ବିନାଶ ର ଶିକୁଳି ବନ୍ଧନ କଷ୍ଟ

ଚ୍ଛିନ୍ନ ହୁଏ ହୃଦ ବୀଣା

ଭଲ ପାଇ ଭୁଲି ଯିବାର ଯନ୍ତ୍ରଣା

କହି ହୁଏନି ଭାଷାରେ

ପ୍ରେମ ଠାରୁ ଅର୍ଥର ଲାଳସା ବଢ଼ିଲେ

କ୍ଷତ ହୁଏ ହୃଦୟରେ

ଭଗବାନଙ୍କ ଭରସାରେ ବଞ୍ଚିବା

ନିଜେ ହାରିବା ସମାନ 

କେବଳ ଶ୍ୱାସ ପ୍ରକ୍ରିୟା ହିଁ ଜୀବନ

ଭାବିବା କ'ଣ ଜୀବନ??

ଜୀବନର ପ୍ରେରଣା ଏବଂ ଉଦ୍ଦେଶ୍ୟ

ହେଉ ପ୍ରାୟ ଏକାକାର

ଉପଶମ ହେଉ ଜୀବନ ଯନ୍ତ୍ରଣା

ଜୀବନ ହେଉ ଅଗ୍ରସର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract