STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଦୋଳ ଗୋବିନ୍ଦ

ଦୋଳ ଗୋବିନ୍ଦ

1 min
21


କେଡେ ସୁକୁମାର ମୋର କହେଁଇ

       ସଙ୍ଗେ ଘେନି ଯାଉଛି ରାଧିକା ମାଇଁ

ଫୁଗୁଣ ରେ ଅବିର ଦେହେ ବୋଳଇ

       କାଁହୁ ପାଇଁ ଦୋଳ ବିମାନ ହୁଅଇ


ଘରେ ମୋର ନାହିଁ ସର ଲବଣୀ 

       କେମିତି ଦେବିରେ ଧନ ପାରୁନି ମୁ ଜାଣି

ନନ୍ଦ ରାଜା ପୁଅ ବାଇ କଲୁଣୀ

         ଚାଚେରି ବେଶ ତୋ ମନ ନିଏ ଟାଣି


ତୋ ପାଇଁ ଘର ମୋର ଦେଇଛି ସଜେଇ

       ବିମାନ ବସି ତୁ ଦେବୁ ରେ ଅନାଇ


ସଂସାର ଯାତନା ଭାରି ବାଧିଲାଣୀ

       ଅନ୍ତରକୁ ପରା ପାରୁଛୁ ତ ଜାଣି

ସହି ବାର ଶକ୍ତି ହରାଇ ଦେଲିଣୀ

        ସବୁ ସମ୍ପର୍କ ମୋ କଟି ଗଲାଣି


ଆଖିର ଲୋତକ ଦେଉଛି ଝରାଇ

         ବଂଶୀର ସୁରକୁ ଦେରେ ଶୁଣାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics