ଦୋଳ ଗୋବିନ୍ଦ
ଦୋଳ ଗୋବିନ୍ଦ
କେଡେ ସୁକୁମାର ମୋର କହେଁଇ
ସଙ୍ଗେ ଘେନି ଯାଉଛି ରାଧିକା ମାଇଁ
ଫୁଗୁଣ ରେ ଅବିର ଦେହେ ବୋଳଇ
କାଁହୁ ପାଇଁ ଦୋଳ ବିମାନ ହୁଅଇ
ଘରେ ମୋର ନାହିଁ ସର ଲବଣୀ
କେମିତି ଦେବିରେ ଧନ ପାରୁନି ମୁ ଜାଣି
ନନ୍ଦ ରାଜା ପୁଅ ବାଇ କଲୁଣୀ
ଚାଚେରି ବେଶ ତୋ ମନ ନିଏ ଟାଣି
ତୋ ପାଇଁ ଘର ମୋର ଦେଇଛି ସଜେଇ
ବିମାନ ବସି ତୁ ଦେବୁ ରେ ଅନାଇ
ସଂସାର ଯାତନା ଭାରି ବାଧିଲାଣୀ
ଅନ୍ତରକୁ ପରା ପାରୁଛୁ ତ ଜାଣି
ସହି ବାର ଶକ୍ତି ହରାଇ ଦେଲିଣୀ
ସବୁ ସମ୍ପର୍କ ମୋ କଟି ଗଲାଣି
ଆଖିର ଲୋତକ ଦେଉଛି ଝରାଇ
ବଂଶୀର ସୁରକୁ ଦେରେ ଶୁଣାଇ ।।