STORYMIRROR

ASHIS KUMAR SWAIN33

Classics

4  

ASHIS KUMAR SWAIN33

Classics

ଫଗୁଣର ଫଗୁ

ଫଗୁଣର ଫଗୁ

1 min
552

  

           

ଚୂତ ବୃକ୍ଷେ ନବ ମୁକୁଳ, 

ବହଇ ମୃଦୁ ମନ୍ଦ ବାତ ଶୀତଳ !!

ନବ ବସନ୍ତ ଉପବିଷ୍ଟ ,

ପରଭୃତର କୁହୁତାନେ 

ସୁସ୍ମିତେ ମହୀ ମୋହିତ,

ପ୍ରେମରସ ସ୍ୟନ୍ଦନେ ।।


ବିମଳ ଶୋଭେ ମଣ୍ଡିତ ଭୁବନ

ନାଲି ଅବିର ଢାଳେ ପଳାସ ସୁମନ !!

ଋତୁ ନୃପତିର ରଙ୍ଗ ପ୍ରସୂନେ

ପୁଲକିତ ହଳଦୀବସନ୍ତ  

କୃଷ୍ଣଚୁଡ଼ା ଡାଳେ,

 ଲୁଚକାଳି ଖେଳେ ।।



ରାଈଦାମୋଦର ଲୀଳାର

ଭବ୍ୟ ଉତ୍ତାଳ ଉତ୍ତରଣ,

ପୌରାଣିକ ଆଖ୍ୟାର ଉପାଖ୍ୟାନେ

ମନ ଗୋପ ନିମଗ୍ନ କୃଷ୍ଣ ରାହାସେ !!

ହୃଦ କୁଞ୍ଜ ବିଭୋର ପ୍ରେମ ବୃନ୍ଦାବନେ ।।




ପିନ୍ଧି କୁଣ୍ଡଳ ପୁଷ୍ପ କୁନ୍ଦ,

ଦୋଳ ମଣ୍ଡପେ ବିଜେ ଦୋଳ ଗୋବିନ୍ଦ !!

ହରଡମାଳେ ଗୁନ୍ଥା କଟି ଡୋରି ସାଥେ,

ଚାଚେରୀ ପାଟେ ଶୋଭିତ ଆଦିକନ୍ଦ !

ଫଗୁଣେ ଫଗୁ ମାଖି ରାଧା ସଙ୍ଗେ,

ଅଧରେ ଝରାନ୍ତି ହସ ମନ୍ଦ ମନ୍ଦ ।।



ଅନଙ୍ଗଦ ଦିଗନ୍ତେ ହସେ କିଶଳୟ 

ଦେହେ ରଙ୍ଗ ବୋଳି ଦିଏ, 

ଚୋରା ମଳୟ !!

ଭ୍ରମର ଭ୍ରମନ୍ତି ପ୍ରୀତି ଗୁଞ୍ଜନେ,

କ୍ଷିତି ଉଲ୍ଲସିତ ମିଠା ସଙ୍ଗୀତ ସ୍ୱନେ !!

ଅମୃତମୟ ମୁହୂର୍ତ୍ତ ବେଣୁପାଣି ସଙ୍ଗତେ 

ପ୍ରାଣେ ସ୍ଫୁରେ ଆନନ୍ଦ ଅବିରର ଅବିରତେ,

 ରାଧାକୃଷ୍ଣ ଖେଳନ୍ତି ଦୋଳି 

ନିର୍ମଳ ମଧୁର ଚିତ୍ତେ ।।

                     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics