STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ତୁମେ ଶାନ୍ତି ଦେଉ ଥିଲ

ତୁମେ ଶାନ୍ତି ଦେଉ ଥିଲ

1 min
17

ତୁମେ ଶାନ୍ତି ଦେଉ ଥିଲ ବୋଲି 

      ତୁମେ ହେଲ ଶାନ୍ତି ଲତା

ତୁମରି ଗୀତ ଶୁଣି ସବ୍ଧ ହେଉ ଥିଲୁ

    ତୁମ ଗୀତ ଶୁଣୁ ଥିଲେ ଜଗତ କରତା

ତୁମେ ତଲ୍ଲିନ ହୋଇ ଭଜନ ବୋଲୁ ଥିଲ

      ତୁମରି ଭଜନ ରେ ଦୁଃଖ ହରି ନେଉ ଥିଲ

ସବୁ ବନ୍ଧନ ଖୋଲି ଦିଅ ପ୍ରଭୁ 

       ତୁମେ ହିଁ ତ ଗାଇ ଥିଲ

ତୁମ ପ୍ରଭୁ ପ୍ରୀତି ପାଇଁ ପ୍ରତି 

      ହୃଦୟେ ଚିର ଦିନ ରହିଲ

କେତେ ଗୀତ ଗାଇ ଶାନ୍ତି ଗଲ ଦେଇ

       ସାରା ଭାରତର ହୋଇଲ ଗାୟିକା

ଆଜି ମନ ଝୁରେ ବିରହ ରୁ ଲେଖେ

        ଭଜନ ରାଣୀ ତୁମେ ଏକା

ଉତ୍କଳ ଦିବସ ରେ ଉତ୍କଳ ମାଟି ରୁ 

       ନେଲ ହେ ତୁମେ ବିଦାୟ 

ତୁମ ଆତ୍ମାର ହେଉ ସଦ୍ ଗତି 

          ଈଶ୍ୱର ହୁଅନ୍ତୁ ସହାୟ

ତୁମରି ପାଦ ପଦ୍ମ ରେ ଘେନ ମୋର

          ଭକ୍ତିର ଶ୍ରାଦ୍ଧାଞ୍ଜଳୀ

ତୁମରି ଭାବର ଭଜନ ରହି ଥାଉ

           କରୁ ଅଛି ଅଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics