ତୁମେ ଶାନ୍ତି ଦେଉ ଥିଲ
ତୁମେ ଶାନ୍ତି ଦେଉ ଥିଲ
ତୁମେ ଶାନ୍ତି ଦେଉ ଥିଲ ବୋଲି
ତୁମେ ହେଲ ଶାନ୍ତି ଲତା
ତୁମରି ଗୀତ ଶୁଣି ସବ୍ଧ ହେଉ ଥିଲୁ
ତୁମ ଗୀତ ଶୁଣୁ ଥିଲେ ଜଗତ କରତା
ତୁମେ ତଲ୍ଲିନ ହୋଇ ଭଜନ ବୋଲୁ ଥିଲ
ତୁମରି ଭଜନ ରେ ଦୁଃଖ ହରି ନେଉ ଥିଲ
ସବୁ ବନ୍ଧନ ଖୋଲି ଦିଅ ପ୍ରଭୁ
ତୁମେ ହିଁ ତ ଗାଇ ଥିଲ
ତୁମ ପ୍ରଭୁ ପ୍ରୀତି ପାଇଁ ପ୍ରତି
ହୃଦୟେ ଚିର ଦିନ ରହିଲ
କେତେ ଗୀତ ଗାଇ ଶାନ୍ତି ଗଲ ଦେଇ
ସାରା ଭାରତର ହୋଇଲ ଗାୟିକା
ଆଜି ମନ ଝୁରେ ବିରହ ରୁ ଲେଖେ
ଭଜନ ରାଣୀ ତୁମେ ଏକା
ଉତ୍କଳ ଦିବସ ରେ ଉତ୍କଳ ମାଟି ରୁ
ନେଲ ହେ ତୁମେ ବିଦାୟ
ତୁମ ଆତ୍ମାର ହେଉ ସଦ୍ ଗତି
ଈଶ୍ୱର ହୁଅନ୍ତୁ ସହାୟ
ତୁମରି ପାଦ ପଦ୍ମ ରେ ଘେନ ମୋର
ଭକ୍ତିର ଶ୍ରାଦ୍ଧାଞ୍ଜଳୀ
ତୁମରି ଭାବର ଭଜନ ରହି ଥାଉ
କରୁ ଅଛି ଅଳି ।
