STORYMIRROR

KRUTIBAS NAYAK

Classics

4  

KRUTIBAS NAYAK

Classics

ପଲ୍ଲୀଗୀତ -ରଜଗୀତ

ପଲ୍ଲୀଗୀତ -ରଜଗୀତ

1 min
324


ବରଷକେ ଥରେ ପରବର ରଜା ଆସିଛି ପହିଲି ରଜ,

କାଲିଠାରୁ ଆମ ମକର-ବଉଳ ହେଇଛନ୍ତି ସଜବାଜ |(ଘୋଷା)


ବାପା ଆଣିଛନ୍ତି ପାନ ଗୁଆ ଚୂନ ମଙ୍ଗଳପୁର ହାଟରୁ,

ମାଆ ବାଢିଛନ୍ତି ଦେଶୀ ପୋଡ଼ପିଠା ଛେନା ଆସିଛି ଗୋଠରୁ |

ଭାଇ ବାନ୍ଧିଛନ୍ତି ଠିଆଦୋଳି ପୁଣି ପଟାଦୋଳି କରି ସଜ |


ନୂଆଶାଢୀ ପିନ୍ଧି ଆସିଛି ବଉଳ ଝୁଣ୍ଟୁଛି ଥରକୁ ଥର,

ମକର ମଥାରେ ରିବନ ବାନ୍ଧିଛି ଛୁଟି ଉଡ଼େ ଫରଫର |

ନୂଆବୋଉ ମୋର ବଡ଼ ଲାଜକୁଳୀ ତାକୁ ଖେଳିବାକୁ ଲାଜ |


କେଁ କେଁ କରେ ମୋର ପଟାଦୋଳି ବଉଳ ଝୁଲେଇ ଦିଏ,

ପେଁ ପେଁ ଉଡ଼େ ନୂଆବୋଉ ଦୋଳି ଭାଇ ତାକୁ ଚାହିଁ ରହେ |

ପାନଖିଲେ ଅଛି ମକର ଗାଲରେ ମନହୁଏ ଖଜବଜ |



Rate this content
Log in

Similar oriya poem from Classics