STORYMIRROR

Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ବୋଉ ମୋର (୧)

ବୋଉ ମୋର (୧)

1 min
359


ମୁଁ ଡାକିଲେ ବୋଉ

ତୁମେ କଣ କହି ହସି ଦିଅ

ରାଗ ବି ବେଳେ ବେଳେ 

କେତେ ଥର ଡାକୁଛି କହି 

ମୁଁ କିନ୍ତୁ ଜାଣେ ମୁଁ କେତେ ଆତ୍ମ ସନ୍ତୋଷ ପାଏ

ପ୍ରତି ଦିନ ତୁମ ସହ ଖାଏ ।


ବୋଉ ତୁମେ ଛୋଟ ପିଲାଙ୍କ ପରି ଲାଗ ମୋତେ

ମାେ ପୁଅକୁ ମୁଁ ଆକଟ କଲେ

ତୁମ ମୋତେ କାହିଁକି ମାର

ମୁଁ ପରା ଏତେ ବଡ଼ ହେଲିଣି 

ବଡ଼ ପିଲା ମାନଙ୍କୁ କଣ ମାରନ୍ତି ?


ବୋଉ ଆମଠୁ କିଛି ନ ଶୁଣି ବି

ତୁମେ ମନକଥା ସବୁ ବୁଝିନିଅ 

କେତେ ନୂଆ କଥା ଶିଖିବାକୁ ପ୍ରେରଣା ଦିଅ

ତୁମ ପାଇଁ ଆମେ ସବୁ ଭାଇ ଭଉଣୀ

ପାଠ ଶାଠ ପଢ଼ି 

ଆଜି ନିଜ ଗୋଡ଼ରେ ଠିଆ ହେବାକୁ ସମର୍ଥ


ତୁମ ପଣତ ଛାଇ ତଳେ କେତେ ଯେ ଶାନ୍ତି

ବାହାଘର ପରେ ବି ଦୂରରେ କୋଉଠି ରହିଲେ

ତୁମ କଥା ମନେ ପଡିଲେ

ସାରା ଦୁନିଆ ଟା ଖାଁ ଖାଁ ଲାଗେ

ଶୋଷରେ ଗଳା ଶୁଖିଗଲା ଭଳି ମନେ ହୁଏ


ବୋଉ ତୁମେ କେତେଥର

ସମସ୍ତଙ୍କ ଅଗୋଚର ରେ 

ମାେ ପାଇଁ କେତେ କଣ କରିଛ

ସମଗ୍ର ସଂସାର ପାଇଁ ମାେ ପାଇଁ

ମାଆ ମାନଙ୍କର ସୃଷ୍ଟି କେତେ ଅଧିକ ଆବଶ୍ୟକ

ସେ କଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି


ବୋଉ ମୋର ତୁମେ ମହାଦ୍ରୁମ 

ତୁମ ଛତ୍ରଛାୟାରେ ମାେ ପରି ପ୍ରତି ସନ୍ତାନକୁ

ମିଳିଥିବା ଜୀବନର ଶେଷ ଦୃଶ୍ୟ ଯାଏ

ଆଖି ଖୋଲିଲେ ଆଖି ମୁଦିଲେ

ବୋଉ ମୋର, 

ତୁମେ ହିଁ ମାେ ମାନସ ପଟରେ 

ସୂର୍ଯ୍ୟମୁଖୀ ଫୁଲଟିଏ ହେଇ ଝଟକୁ ଥାଅ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract