STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମୋ କାଳିଆ ରାଜା

ମୋ କାଳିଆ ରାଜା

1 min
312

 ରଜାତ ରଜା ମୋ କାଳିଆ ରଜା

     ଛତିଶି ପାଟକ ସେବାରେ ଖଞ୍ଜା

     କିଏସେ ବଜାଏ ଭେରୀ ତୂରୀ ନିତି

   କିଏସେ ବଜାଏ ତେଲିଙ୍ଗୀ ବାଜା

   ରଜାତ ରଜା .......।


    କିଏ ଗୁନ୍ଥିଦିଏ ଦୟଣା ମାଳ

    କିଏ ସଜାଡଇ ତୁଳସୀ ଚୂଳ

    ସୁଆର ରାନ୍ଧନ୍ତି ମହାପ୍ରସାଦ

    ଭାରି ସୁଆଦିଆ ଛପନଭୋଗ

    ଗରାବଡୁ ଆଣି ଜଳ ପରଷନ୍ତି

    ପଣ୍ଡା ପଢ଼ିଆରୀ କରନ୍ତି ପୂଜା

     ରଜାତ ରଜା ......।


     ସ୍ନାନ ପୂର୍ଣ୍ଣିମାରୁ ଦଇତାପତି

     ରଥ ଶେଷଯାଏ ସେବା କରନ୍ତି

      ଅଣସର ଘରେ ଓଷୁଅ ଖୋଇ

      ରଥରେ ନିଅନ୍ତି ତୋତେ ବୁଲେଇ

      ରଥ ପହରନ୍ତି ନିଜେ ଗଜପତି

       ତୋପାଖେ ସମାନ ରଜା ପରଜା

       ରଜାତ ରଜା......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics