STORYMIRROR

Dhaneswar Dash

Classics

4  

Dhaneswar Dash

Classics

ଜଣାଣ

ଜଣାଣ

1 min
313


ମାଧବ ହେ ମାଧବ,

କିଏ ଆଉ ଦେବ ଅକୁଣ୍ଠା ଭାବ,

ଚେତନା କି ମନେ ଉଦୟ ହେବ,

ଏତିକି ତୁମର ସୁଦୟା ହେବ,

ଭବ ସାଗରରୁ ପାରି କରିବ।

ମାଧବ ହେ ମାଧବ।


ତୁମେ ସଚରାଚର ପରମେଷ୍ଟି, 

ବଞ୍ଚାଇ ରଖିଛ ଏ ସାରା ସୃଷ୍ଟି,

ତୁମ କରୁଣାରୁ ହେଲେ ବଞ୍ଚିତ, 

କିଏ ସେ ଛତ୍ରଛାୟାରେ ରଖିବ।

ମାଧବ ହେ ମାଧବ।


ତୁମେ ତାରଣ କାରଣ ଦୀନବନ୍ଧୁ 

କରୁଣା ସାଗର ହେ କୃପାସିନ୍ଧୁ,

ପତିତପାବନ ବାନା ଉଡାଅ, 

ଏତେ ଦୟାମୟ କିଏ ହୋଇବ ?

ମାଧବ ହେ ମାଧବ। 

 

ଯୁଗେ ଯୁଗେ ଧରାରେ ଅବତରି,

ପୃଥିବୀ ପୃଷ୍ଠରୁ ଦୁଷ୍ଟ ସଂହାରି,

ସନ୍ଥ ପାଳନରେ ଦେଇଛ ଧ୍ୟାନ,

ତୁମ ସଙ୍ଗେ କିଏ ସରି ହୋଇବ।

ମାଧବ ହେ ମାଧବ। 


ଏତିକି କରୁଣା ହେଉ ତୁମର,

ଭଲରେ ରୁହନ୍ତୁ ସଚରାଚର,

ସୁଖ ଶାନ୍ତି ବିରାଜିତ ହୋଇବ,

ପାପ ଭାରାରୁ ଉଦ୍ଧାର କରିବ।

ମାଧବ ହେ ମାଧବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics