STORYMIRROR

Alekha Pasad Moharana

Classics

4  

Alekha Pasad Moharana

Classics

ସାବିତ୍ରୀ

ସାବିତ୍ରୀ

1 min
324


ପ୍ରେମର ଦିବ୍ୟତା ପୁତ ଆତ୍ମାଯୁକ୍ତା

ବ୍ରହ୍ମ ସ୍ୱରୂପା ଶ୍ରୀଶକ୍ତି

ମୃତ୍ୟୁ ବିଜୟିନୀ ଆଶାର ତଟିନୀ

ପତିବ୍ରତା ସେ ସାବିତ୍ରୀ ।(୧)

ଜୀବନ ଅନିତ୍ୟ ସଂସାର ଅଳିକ

ସମ୍ପର୍କ ସଦା ଅସତ୍ୟ

ଛାୟାବାଜି ପଥ ଭେଳିକିର ରଥ

ଦୁଃଖ ସୃଜେ ଜୀବ ନିତ୍ୟ ।(୨)

ମୃତ୍ୟୁ ପରାକ୍ରମ ପ୍ରବଳ ବିକ୍ରମ

ପ୍ରତିଟି ମାନବ କଳ୍ପେ

ଘୋର ବିଡମ୍ବନା ନୈରାଶ୍ୟ ଭାବନା

ଦେହ ମନ ପ୍ରାଣ ତିନ୍ତେ ।(୩)

ମିଥ୍ୟାବୋଧ ମୃତ୍ୟୁ ପରାଭୂତ କିନ୍ତୁ

ଜୀବନ ହେବ ଅଦ୍ରୋହ

ଯେଉଁ ଦିନ ପ୍ରେମ ଏକିଭୁତ ହେବ

ଦେହ ମନ ପ୍ରାଣ ସହ ।(୪)

କବଳିତ କେବେ ହୋଇନାହିଁ ଭବେ

ଶାଶ୍ୱତ ପ୍ରେମର ଧାରା

ଦିବ୍ୟ ପ୍ରେମ ଶକ୍ତି ସାମର୍ଥ୍ୟର ଗତି

ମୃତ୍ୟୁ ସଂଜୀବନି ସୁରା ।(୫)

ଅଶ୍ଵପତି କନ୍ୟା ତେଜସ୍ୱିନୀ ଧନ୍ୟା

ସ୍ନେହ ପ୍ରେମ ନିଷ୍ଠା ବଳେ

ସୌମ୍ୟା ମହାସତୀ ଫେଡ଼ିଲେ ଦୁର୍ଗତ୍ତି

ନ ଡରିଣ ମୃତ୍ୟୁ ତିଳେ ।(୬)

ଜୀବର ଜୀବନ ସ୍ୱାମୀ ପ୍ରାଣଧନ

ନବ ଜନ୍ମ ଦେଇ ସତୀ

ମୃତ୍ୟୁ ପରାଜୟ ମରଣ ବିଲୟ

ପତ୍ନୀ ଧର୍ମ ପାଳି ନିତି । (୭)

ସତୀର ଧରମ ଅଂଗୀକାରପୂର୍ଣ୍ଣ

ପାଳେ ଯଦି କେହି ନାରୀ

ସରଗ ଧାମରୁ ଦେବତା ଓହ୍ଲାଇ

ମୃତ୍ୟୁକୁ ଦେବେ ବିଦାରୀ । (୮)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics