STORYMIRROR

Kalandi pal

Classics

4  

Kalandi pal

Classics

ବଡ଼ ପେଟ ସିନା ଅଳପେ ପୁରେନା

ବଡ଼ ପେଟ ସିନା ଅଳପେ ପୁରେନା

1 min
321


ବଡପେଟ ସିନା ଅଳପେ ପୁରେନା

     ଷାଠିଏ ପଉଟି ଖାଉ

ଆରେ ବଡ଼ ମନା ଅଟେ ଅକଳନା

     ପାପି ତପି କୋଳେ ନେଉ

     ସୁଖ ଦୁଃଖ ଆପଣାଉ l0l


ଷାଠିଏ ପଉଟି ନିତି ତୋର ପାଇଁ

     ରୂପେ ସାଜ ସଜା କେତେ

ବରମାସେ ତେର ପରବ ହୁଅଇ

     ଆଉ ଭଲ ମନ୍ଦ ଯେତେ

ନାହିଁ କିଛି ଉଣା ସବୁତ ଠିକଣା

     ଆଉ କାହୁଁ ରୋଷ ବହୁ l1l


ମନୁ ତେଜ ରୋଷ ଆହେ ପୀତବାସ

     ଭକତର ଜପାମାଳୀ

ଦୟାରୁ ଟିକିଏ ଉଣା କର ନାହିଁ

     ଦିଅ ହେ ଦୁଆର ଖୋଲି

ହସୁ ଏ ଭକତ ହସୁ ଏ ଜଗତ

     ଅପଯଶ ତୋର ନୋହୁ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics