STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚାହିଁ ବସିଥିଲି

ଚାହିଁ ବସିଥିଲି

1 min
14.1K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଚାହିଁ ବସିଥିଲି ସଖି ! କଦମ୍ବ ତଳେ

ଅସ୍ତଗାମୀ ବିକର୍ତ୍ତନ ଶିଖରୀ ଚୂଳେ ।୦।

ପାରିଲିନି ବୁଝି ତିଳେ ଚପଳେ ରବି

କାହା ଆଶେ କେଉଁ ଦେଶେ ଗଲେ ସେ ଉଭି ।୧।

ଦେଲା କି କ୍ଲେଶ ମନେ ହୃଦୟ ରାଣୀ

ତୋଳିଲା କି କ୍ଷୀଣ ସ୍ୱରେ ତା ବୀଣା ବାଣୀ ।୨।

ବିରହିଣୀ-ହୃଦ-ରାଧା ପାଷାଣ ହୃଦେ

ଏତେ କାଳ ପରେ ଆଜି ହୋଇଲେ ଉଦେ ।୩।

କହ ସଖି ! ହୃଦ ଖୋଲି ବିଚ୍ଛେଦ କ୍ଲେଶ

ଦିଅଇ କି ଜାଳି ନାରୀ ଅନ୍ତର ଦେଶ ।୪।

ଗାଏ ସେ କି ଆବାହନୀ ଗୀତିକା ନିତି

ତରଳାଇ ଦିଏ ଯାହା ପ୍ରଣୟୀ ଛାତି ।୫।

ନିରିମମ କେଡେ ସେହୁ ନ ବୁଝି ସିନା

କରିଦିଏ ମନୁ ନିଜ ପ୍ରିୟାକୁ ମନା ।୬।

ଫେରିବ ପୁଣି ସେ କମଳିନୀର ପାଶେ

ମିଳନର ମଧୁରତା ପାଇବା ଆଶେ ।୭।

ଦେବନି କି ପ୍ରଣୟକୁ ଗୌରବ ସେହି

ଜୟମାଳା ସଯତନେ ଗଳାରେ ଦେଇ ।୮।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics