STORYMIRROR

Bhakta Malla

Classics

3  

Bhakta Malla

Classics

ଶବ୍ଦ

ଶବ୍ଦ

1 min
13.3K


ଶବ୍ଦ ଟିଏ କୁହ ହେ ବନ୍ଧୁ

ପଦ୍ମଟିଏ ଫୁଟୁ ,

ମରମ ତଳ ଅନ୍ତର୍ଦାହ

ଛାତିରେ ଥିବା ଗହନ କୋହ

ବିଷର୍ଣ୍ଣତାର ବିବିଧ ବ୍ୟଥା

ସଂକୀର୍ଣ୍ଣତାର ନଗ୍ନ ସତ୍ତା

ଦିଗ୍ ବଳୟେ ଛୁଟୁ,

ଅଧର ଧାରେ ତୃପ୍ତ ଏକ

ହସ ଫୁଲଟେ ଲୋଟୁ ।।

ଶବ୍ଦଟିଏ କୁହ ହେ ବନ୍ଧୁ

ଆକାଶେ ମେଘ ଘୋଟୁ ,

ଶୁଷ୍କ ମରୁର ଦାରୁଣ ତ୍ରାସ

ତୃଷିତ ପ୍ରାଣ ତୃଷ୍ଣା ଆବେଶ

ପଲକ ପାତେ ହେଉ ହେ ନାଶ

ନ ରହୁ କିଛି ବି' ଅବଶେଷ

ଅବଶୋଷର ଅଗ୍ନି ଦାହ ହଟୁ ,

ବିଶ୍ଵ ଜୀବନ ଶୀତଳ ସ୍ପର୍ଶେ

ଶିହରି ପୁଣି ଉଠୁ ।।

ଶବ୍ଦଟିଏ କୁହ ହେ ବନ୍ଧୁ

ଦୀପଟି ଜଳି ଉଠୁ,

ଦୁର୍ଗତିର କାଳିମା କାୟା

ଅନ୍ଧକାର ଦୂଷିତ ଛାୟା

ପ୍ରବଞ୍ଚନାର ପ୍ରପଞ୍ଚ ଢେଉ

ସୁଦୂରେ କାହିଁ ନିଶ୍ଚିହ୍ନ ହେଉ

ଦିବ୍ୟ ଜ୍ୟୋତି ଫୁଟୁ,

ଶବ୍ଦଟିଏ ଭରସା ଦେଉ

ବିଶ୍ଵାସର ନିଃଶ୍ଵାସଟି ଛୁଟୁ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

26th October 2017.


Rate this content
Log in

Similar oriya poem from Classics