Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

3  

Bhakta Malla

Others

ଲେଖକୀୟ

ଲେଖକୀୟ

1 min
13.1K


ବଡ ବିଚିତ୍ର ଏ ଲେଖକ ଜୀବନ

ରାତି ରାତି ଉଜାଗର ଖିଆଲି ପବନ,

କେଉଁଠି ସାତ ସନ୍ଧିରେ ବି'

ଖୋଜୁଥାଏ ନିଜର ଆସ୍ଥାନ ।


ଥରେ ପଶିଗଲେ ଘାଇଲା କରେ

ବ୍ୟାଘ୍ର ପରି ଘୋଷାଡି ପାରେ

ନେଇପାରେ ବି' ଜୀବନ ,

ବିରାଟ ବନିଥିବା ବାହାପିଆ ଶାସକଙ୍କୁ

ଫିଙ୍ଗି ଦେଇପାରେ ସେ ପବନ

ଭାଙ୍ଗିଦେଇ ପାରେ

ତାଙ୍କର ବତ୍ରିଶ ସିଂହାସନ ।


ବଡ ବିଚିତ୍ର ଏ ଲେଖକ ଜୀବନ

ନିଜକୁ ନିଜେ ଓପାସରେ ରଖେ

ଓପାସରେ ରହୁଥିବା ବୁଭୁକ୍ଷୁ ପାଇଁ

ଚଳାଏ କଲମ,

କେବେ ସବାର ହୁଏ ପୁଞ୍ଜିପତି କାନ୍ଧରେ

ତ' କେବେ କଲମ ହାତେ

ହାଜର୍ ହୁଏ ସାହୁକାର ଦ୍ବାରେ

ସେମାନେ ତଳକୁ ନ ଖସିବା ପର୍ଯ୍ଯନ୍ତ

ଚାଲିଥାଏ କଲମର ଜୁଲମ୍ ।


କଲମ କେବେ ହୋଇନି

କାହାର ଗୋଲାମ୍ ,

ନିପିଡିତ ମାନଙ୍କ ପାଇଁ

ସର୍ବଶ୍ରେଷ୍ଠ ମହଷୌଧି

ଦୁର୍ଦ୍ଦିନର ଅବ୍ୟର୍ଥ ମଲମ ।


ବଡ ବିଚିତ୍ର ଏ ଲେଖକ ଜୀବନ

ହତାଶ ସୈନିକ ହାତରେ

ଧରେଇ ପାରେ ବନ୍ଧୁକ,

ଖୋଲିପାରେ ଧର୍ମବାଗୀଶ ଙ୍କ

କଳା କାରନାମା ର ସିନ୍ଦୁକ ।

ଧର୍ମାନ୍ଧତାରୁ ମୁକ୍ତ କରିପାରେ

ଆଣିପାରେ ସଂହତି ଓ ସଂସ୍କାର

ଆଣିପାରେ ସହିଷ୍ଣୁତା ଓ ବିଚାର ,

ଖୋଲି ବି' ଦେଇପାରେ ପରାଧିନତାର ଶୃଙ୍ଖଳ

କରିପାରେ ଗୋଟେ ଦେଶକୁ ସ୍ବାଧୀନ ।


ବଡ ବିଚିତ୍ର ଏ ଲେଖକ ଜୀବନ

ସଜାଡି ପାରେ ସଂବିଧାନ

ସନ୍ତ୍ରାସକୁ କରିପାରେ ଜୁର

ସଂପ୍ରୀତି ରେ ବାନ୍ଧିପାରେ

କୋଟି ଗଣ ମନ,

ଭୂମିରୁ ଭୂମା ପର୍ଯ୍ଯନ୍ତ ସବୁଠି ତା' ସତ୍ତା

ସ୍ଥିତି ତା'ର ନିତ୍ୟ ବର୍ତ୍ତମାନ ।

ବଡ ବିଚିତ୍ର ଏ ଲେଖକ ଜୀବନ ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।

12th September 2018.


Rate this content
Log in