STORYMIRROR

Bhakta Malla

Inspirational

3  

Bhakta Malla

Inspirational

ଆମେ ସବୁ ଏକ ଆଜି

ଆମେ ସବୁ ଏକ ଆଜି

1 min
13.1K



ଆମେ ସବୁ ଏକ ଆଜି

ଏଇ ତ୍ରିରଙ୍ଗା ତଳେ,

ଜାତି ଧର୍ମ ବର୍ଣ୍ଣ ବିଦ୍ବେଷ

ବିବିଧ ଯେତେ ରଂଗ

ସବୁ ଏଠି ରଂଗ ହୀନ

ଏକ ଭାବନା ଏକ ଚିନ୍ତନ

ମାନବିକତାର ମହାନ୍ ମନ୍ତ୍ର

ପ୍ରେମର ବାର୍ତ୍ତା ବୁଣେ ,

ଶାନ୍ତି କପୋତ ଆକାଶେ ଉଡେ

ସତ୍ୟ ଅଂହିସା ଡାଳେ ।।

ନୂଆ ସକାଳ ନବୀନ ସୂର୍ଯ୍ୟ

ଆଣିଛି ଆଜି ନୂତନ ଶୌର୍ଯ୍ୟ

ଦିଗ୍ ବଳୟ ଭାଲେ,

ଇନ୍ଦ୍ରଧନୁର ବର୍ଣ୍ଣ ବିଭା

ସାଜିଛି ଦେଖ ଭାରତ ଗଭା

ସବୁରି କଣ୍ଠେ ଜାଗିଛି ଦେଶ

ଗୋଟିଏ ଐକ୍ୟ ତାନେ ।।

"ଭାରତ ମାତା କୀ ଜୟ "

ଶ୍ରଦ୍ଧେୟ ଭକ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational