STORYMIRROR

Bhakta Malla

Inspirational Others

3  

Bhakta Malla

Inspirational Others

ଅଗଷ୍ଟ କ୍ରାନ୍ତି ( ଦୁଇ)

ଅଗଷ୍ଟ କ୍ରାନ୍ତି ( ଦୁଇ)

1 min
13.5K


ଏବେ ଏବେ ସଜ ହୁଅ

ଜାଗିବାକୁ ହେବ

ଯୁଦ୍ଧ ପାଇଁ ସକଳ ପ୍ରସ୍ତୁତି ,

ଚାଷୀ କାନ୍ଦେ ମୁଣ୍ଡ କୋଡି

ଫସଲ ତା' ଏସନ ବନ୍ୟାରେ

ଯାଇଛି ଉଜୁଡି

ରାସ୍ତାରେ ପ୍ରସବ କରେ

ଅଲ୍ୟଳି ପ୍ରସୂତି ।

ଗଲାସନ ଫସଲ ଅମଳ

ମିଳିଥିଲା ଭରଣ ଭରଣ

ଅଭାବି ବିକ୍ରିରେ ଗଲା

ଝିଙ୍କି ନେଲା ସବୁ ସାହୁକାର

ମିଳିଲାନି ସହାୟକ ଦର,

ସାର ଆଉ ଔଷଧର ଖର୍ଚ୍ଚ

ହୋଇନି ଭରଣା

ମାସକରେ ଶେଷ ହୁଏ

ବର୍ଷକର ସବୁ ରୋଜଗାର ।

ଇଟାଭାଟି ଦାଦନରେ

ବନ୍ଧା ପଡେ ଶ୍ରମିକର ମୁଣ୍ଡ

ବିକାଶର ବାରୁଣ ବନ୍ତରେ

ଦେଖାଯାଏ ବିନାଶର ଛବି,

ପ୍ରଗତିର ମିଛ ଧୂଆଁବାଣ

କାଗଜର ପୃଷ୍ଠା ବିମଣ୍ଡିତ

ବେକାରୀର ଆର୍ତ୍ତନାଦେ

ଚମକେ ପୃଥିବୀ ।

କିଏ ନା' କେଉଁଠି ପ୍ରତିଦିନ

ଧର୍ଷଣରେ କରେ ରକ୍ତ ସ୍ନାନ,

ବିଡମ୍ବିତ ନାରୀର ସୁରକ୍ଷା,

ସଂତ୍ରାସର ଲୋହିତ ଶୋଣିତେ

ଲାଲ୍ ହୁଏ ସଂଧ୍ୟାର ଆକାଶ

କେହି ନା' କେହି -

କରୁଥାଏ ମୃତ୍ୟୁକୁ ପ୍ରତୀକ୍ଷା ।

ଆସ, ଆସିଛି ଅଗଷ୍ଟ

ଠୁଳ କରି ଅମାପ ସାହସ

ଲୋପ କରିବାକୁ ହେବ

ବୈଷମ୍ୟର ସୁଦୃଢ ପ୍ରାଚୀର,

ପରାହତ କରିବାକୁ ହେବ

ହିଂସା ଦ୍ବୈଷ ଯେତେ ଅନାଚାର

ଭାଙ୍ଗିବାକୁ ହେବ ସଭ୍ୟତାର ମିଛ ଖୋଳ

ଫିଙ୍ଗିବାକୁ ହେବ ଅସହିଷ୍ଣୁତାର ବଳ

ପୁଣି ଥରେ ସ୍ଵାଧୀନ ହେଉ ଦେଶ

ନୂତନ ସୂର୍ଯ୍ୟରେ ଉଦ୍ଭାସିତ ହେଉ

ଆଗାମୀ କାଲିର ସବୁଜ ସକାଳ ।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, ଶ୍ରୀ ବଳଦେବଜୀଉ, କେନ୍ଦ୍ରାପଡା ।


Rate this content
Log in

Similar oriya poem from Inspirational