STORYMIRROR

Bhakta Malla

Inspirational Others

3  

Bhakta Malla

Inspirational Others

ଆମେ ଭାରତ ମାଆର ସନ୍ତାନ

ଆମେ ଭାରତ ମାଆର ସନ୍ତାନ

1 min
13.1K


ଆମେ ଭାରତ ମାଆର ସନ୍ତାନ

ଆମେ ଭାରତ ମାଆର ସନ୍ତାନ

ନାହିଁ ଆମ ପାଇଁ ସୀମା ସରହଦ

ନାହିଁ ଆମ ପାଇଁ ଜାତି ଭେଦା ଭେଦ

ନାହିଁ ଆମ ପାଇଁ ବଂଧନ ।।

ଆମେ ଭାରତ ମାଆର ସନ୍ତାନ ।।

ଯେଉଁ ମାଟିର ଛାତିରେ ଲେଖା - ଓଁକାର ବେଦ ମନ୍ତ୍ର

ସେଇଟି ମୋର ଜନମ ଭୂମି - ଅହିଂସା ତା'ର ବ୍ରତ

ସେଇ ମନ୍ତ୍ରରେ ଯୁଗକୁ ଯୁଗ- ହୋଇଛୁ ମହୀୟାନ ।।

ଆମେ ଭାରତ ମାଆର ସନ୍ତାନ ।।

ମୋ ମାଆର ଚରଣ ଧୁଏ - ନିତି ସାଗର ଊର୍ମି

ପବନ ଗାଏ " ସର୍ବେ ସୁଖିନଃ " ସାରା ଜଗତ ଭ୍ରମି

ସେଇ ଭାରତ ମରତେ ଶ୍ରେଷ୍ଠ - ରଖିବୁ ତା'ର ମାନ ।।

ଆମେ ଭାରତ ମାଆର ସନ୍ତାନ ।।

ଯେଉଁଠି ଶୁଭେ ଅନେକ ଭାଷା -ଚଳଣୀ ବିବିଧତା

ସେଇଟି ହଜେ ସାତ ସୁରରେ - ଜୀବନ ଏକାଗ୍ରତା

ଯୋଗୀର ଭୂମି ପବିତ୍ର ଭୂମି - ସବୁଠୁଁ ଗରୀୟାନ ।।

ଆମେ ଭାରତ ମାଆର ସନ୍ତାନ ।।

ଯେଉଁ ମାଟିର ବକ୍ଷରେ ବହେ - ପୁଣ୍ୟତୋୟା ଗଙ୍ଗା

ଯେଉଁ ଆକାଶ ଛାତିରେ ଉଡେ - ଶାନ୍ତିର ତ୍ରିରଙ୍ଗା

ସେଇଟି ମୋର ଜନମ ଭୂମି - ସବୁଠୁଁ ଦୀପ୍ତିମାନ ।।

ଆମେ ଭାରତ ମାଆର ସନ୍ତାନ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।

14th August 2018.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational