Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Classics

3  

Prasanta Bhunya

Classics

॥ ଅବଜ୍ଞୋପହତ ॥

॥ ଅବଜ୍ଞୋପହତ ॥

1 min
7K


ତ୍ୟଜିବାକୁ ନୁହଁ ତେଜିବାକୁ ବହ୍ନି ପ୍ରଳୟ ବିପ୍ଲବଧାରା।

ଠିଆ ଆଜି ମୁହିଁ ପର୍ଯ୍ୟାସ ଅର୍ଥେ ଅବଞ୍ଚା ହେୟ ହରା॥

ପୁଞ୍ଜିପତି କୂଟନୀତି କାର୍ସାଜିଆ ଉଦଣ୍ଡ ଚକ୍ରବର୍ତ୍ତୀ ।

ତା’ପାଇଁ କେବେ ବୁର୍ଜ୍ଜୁଆ କେବେ ମଜ୍‌ଦୂର ଅଇଁଣ୍ଠା କୁତ୍ତି॥

ପିଠି ମୋର ବିଣ୍ଡି ଆଦିମ କାଳରୁ ବାହା ପ୍ରସାରୀ ମୁଁ ଠିଆ ।

ଖରାରେ ତାତେନା ମୋ ଆଣ୍ଟ ଚମଡ଼ା ଶୀତରେ ଥରେନା ହିଆ॥

ରକତ ବର୍ଷାରେ ଭିଜିଅଛି କେତେ ପଲାସୀ ପାନିପଥ ।

ରାଷ୍ଟ୍ରକୁ ମୋର ବାଟେଇ ଦେବାକୁ ଯୁଗେ ଯୁଗେ ବସନ୍ତ॥

ଗାନ୍ଧୀ ସାଥେ ବାଟ ଅହିଂସା ଚାଲିଛି ନେତାଜୀର ଦିଲ୍ଲୀ ଚଲୋ।

କେବେ ନେଲ୍‌ସନ୍, ମାର୍ଟିନ୍‌ , ସେତୁଙ୍ଗ୍‌ ଚେ ଲେନିନ୍‌ କାର୍ଲ୍॥

ବିବର୍ତ୍ତନରେ କେବେ ବଦଳିନି ମନ ବଦଳିନି ବେଶଭୂଷା।

ଅସ୍ଥି ରକ୍ତ ଚର୍ମ ଉଷ୍ମ ରଖିଛି ହୋଇ ସଦା ଲୋକହସା॥

ବାରାକ୍‌ପୁର ଚମ୍ପାରଣ ଇରମ୍‌ ଲାଲଦୁର୍ଗ କଳାପାଣି ।

ସ୍ୱେଦରେ ପୋଛାଇ ଲହୁରେ ଲେଖିଛି ମୋର ଆତ୍ମଜୀବନୀ॥

ଚଉରା ଚଉରୀ ଦାଣ୍ଡୀ ଝାନ୍‌ସୀ ମୁମ୍ବାଇ ଆଉ କାକୋରୀ ।

ଜାଲିୱାନାୱାଲାବାଗରେ ଛାତେଇ ଫିରିଙ୍ଗୀ ସେନାର ଗୁଳି॥

୧୬୮୫ରେ ଗ୍ରେଟ୍‌ ବ୍ରିଟେନ୍‌ ୧୭୭୪ ଆମେରିକାରେ ନିଆଁ

୧୭୯୧ରେ ହାଇତି ୧୮୫୧ ତାଇପିଙ୍ଗ ୧୯୧୭ରେ ଋଷିଆ॥

ଯୁଗ ବଦଳିଛି ବଦଳାଇଅଛି ମୁଁ ଲେଖିଅଛି ଇତିହାସ।

ଅତୀତରୁ ଯାତ୍ରା ବର୍ତ୍ତମାନେ ଠିଆ ଲମ୍ପିବାକୁ ଭବିଷ୍ୟ॥

-ପ୍ରଭୂ

ଜ୍ଞାତାର୍ଥ

ଅବଜ୍ଞୋପହତ – ଘୃଣା ସହକାରେ ବ୍ୟବହୃତ, ଅବମାନିତ

ପର୍ଯ୍ୟାସ – ପରିବର୍ତ୍ତନ, ବିନାଶ, ପତନ


Rate this content
Log in

Similar oriya poem from Classics