STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ବସନ୍ତ ରାସ

ବସନ୍ତ ରାସ

1 min
13.8K


 ଫୁଲରେ ଫୁଲରେ ଭରିଛି ସୁବାସ

ଭରିଛି ଫୁଲେ ଅମୃତ।

ମଧୁକର ଫୁଲେ ପାନ କରୁଅଛି

ଫୁଲରେ ପ୍ରଫୁଲ୍ଲ ଚିତ୍ତ॥

ମଧୁମାସେ ମଧୁକର ଲୋଡ଼ୁଅଛି

ମଧୁକରୀ ମଧୁଧର।

ମଧୁପ ଅଧରାମୃତ ମଧୁଧାରେ

ମଧୁରାଷ୍ଟକ ମଧୁର॥

ଭ୍ରମେ ଚୁମେ ଫୁଲ ଭୃଙ୍ଗୀଧର ଭ୍ରମେ

ଭ୍ରମେ ଲମ୍ପଟ ଭ୍ରମର।

ଭ୍ରମରେ ଉଦ୍ଭ୍ରମ ଉଦ୍ଭ୍ରମେ ବିଭ୍ରମ

ବିଭ୍ରମୀ ଜୀବ ଭୂମାର॥

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational