ଅଢ଼େଇ ଅକ୍ଷର
ଅଢ଼େଇ ଅକ୍ଷର


ତୁନିତୁନି
କହେ ଜହ୍ନ କେତେ ମିଠା କଥା;
ତୁନିତୁନି
ଶୁଣୁଥାଏ ପୀରତି ବାରତା।
ତୁନିତୁନି
ହସେ ଦେଖି ପ୍ରିୟା ଥିଲେ ପାଶେ;
ତୁନିତୁନି
ଗୁମୁରେ ଯେବେ ମୁଁ ଏକାନ୍ତେ ବସେ।
ତୁନିତୁନି
ଆଜି ପୁଣି କହିଲା ଆବେଗେ;
ତୁନିତୁନି
କହିବାକୁ ପ୍ରିୟାକୁ ସରାଗେ।
ତୁନିତୁନି
ଈଷଦ୍ଧାସ୍ୟେ କହିଲି ଚାନ୍ଦରେ;
ତୁନିତୁନି
ଅନ୍ତରେଣ ବାରତା ପ୍ରିୟାରେ।
-ପ୍ରଭୂ