STORYMIRROR

Prasanta Bhunya

Others

3  

Prasanta Bhunya

Others

ନ୍ୟୁୟର୍କ : ଦି ସିଟି

ନ୍ୟୁୟର୍କ : ଦି ସିଟି

1 min
13.5K


ବୁଲି ବାହାରିଲି ଝଡ଼ି ବରଷାରେ

ଦେଖିବି ସହର ଏଇ।

ପିଲାଟି ଦିନରୁ ନା ଶୁଣିଶୁଣି

ମନେ ରଖିଥିଲି ମୁହିଁ॥

ପହଞ୍ଚିଲି ଯେବେ ଲିବର୍ଟି ପାର୍କରେ

ବରଷା ପାଛୋଟି ନେଲା।

ସରସର କରି ତନୁମନ ମୋର

ସହର ଦେଖାଇ ଦେଲା॥

ଆହା କି ସୁନ୍ଦର ଅଟ୍ଟାଳିକା ମାଳ

ଧାଡ଼ି କି ଧାଡ଼ି ସେ ମେଳା।

ଏପଟେ ବରଷା ସେପଟେ ମୋ ଆଶା

ଦେଖିବି ସହର ଲୀଳା॥

ଆସ ଆସ ବନ୍ଧୁ ଦେଖ ମୋ ଆଖିରେ

ଆମେରିକାର ସହର।

କେତେ କାଳୁ ଠିଆ ଇତିହାସ ସହ

ରହିବ କେତେ ଯୁଗର॥

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍