STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

॥ ମୁଁ ପ୍ରଜାପତି ॥

॥ ମୁଁ ପ୍ରଜାପତି ॥

1 min
14K


ରକ୍ତ ଗର୍ଭରୁ ସମ୍ଭବିନି ମୁହିଁ;

ଜନମିଛି

ମୁଁ

ଧରା ସରଗରେ,

ଅତି ଯତନରେ,

ଏକା ନିବୁଜରେ

ଛୋଟ ଛୋଟ ମିଶି,

ଯତନେ ବିକଶି

ହୁଅନ୍ତି ବିଶ୍ବରେ ଏକାକାର

ମୁଁ

ସୃଷ୍ଟିରେ ଲଢିଛି,

ଲଢିବି ଜୀବନେ,

କର୍କଶରୁ ହେବି ମନୋହର

ଦେଖିଛ’ତ ମୋ ରୂପ,

ମୁଁ ସମ୍ବାଳୁଆ

ମୁଁ

ବିବର୍ତ୍ତିଛି,

ପ୍ରଜାପତି ଦେଖିଛି ଏ ଦୁନିଆ

ଆଶ୍ଚର୍ଯ ମୁଁ ସୃଷ୍ଟିର

ଚମକ ମୁଁ ବିଶ୍ବର

ଦେଖିବା ଆଗରୁ ସୁନ୍ଦର ଧରା

ମୁଁ

ଆଖି ବୁଜି

ନିବୁଜେ ରହିଥିଲି ପରା

ସବୁଠୁ ବିଶାଳ,

ସବୁଠାରୁ ଭଲ,

ସବୁ ସୁନ୍ଦର ଦୁନିଆର

ତୁମକୁ ମିଳିବ,

ନିଶ୍ଚୟ ମିଳିବ

କରି ଚାଲ ତୁମେ କର୍ମଧାର

ଜୀବନଟା ଥରେ ବଞ୍ଚିନିଅ

ମୁଁ

ହେଉଛି ସୃଷ୍ଟିର ଏକ ଅଭିନୟ

-

ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational