Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

3  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କାଳିଆ କାହ୍ନୁ ଆଉ ବିଳମ୍ବ

ଚଉପଦୀ - କାଳିଆ କାହ୍ନୁ ଆଉ ବିଳମ୍ବ

1 min
6.8K



କବି -ଗୌରଚରଣ ଅଧିକାରୀ


କାଳିଆ କାହ୍ନୁ

ଆଉ ବିଳମ୍ବ କର କାହିଁକି ।

ବରଷକେ ଥରେ

ବିଜୟେ ରଥରେ

ପତିତ ତାରିବା ପାଇଁକି । ଘୋଷା ।

ଚଉଦ ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି

ଦର୍ଶନ କରିବା ପାଇଁକି ।

ଅନେକ କାଳର ଦୁଃଖ ଉପେଖିବେ

କଳାଶ୍ରୀମୁଖକୁ ଚାହିଁକି । ୧ ।

ଆଗେ ଗଜପତି ଉଭାହୋଇଛନ୍ତି

ଶିରେ ଯୋଡ଼ି କର ଦୁଇକି ।

ସୁନା ଶୋଧନୀରେ ମାର୍ଜନା କରନ୍ତି

ପହଣ୍ଡି ବିଜୟେ ଭୂଇଁକି । ୨ ।

ଛତିଶା ନିଯୋଗେ ଉଭାହୋଇଛନ୍ତି

ଯେ ଭାଜନ ହେବେ ଯହିଁକି ।

ଆକାଶେ ଇନ୍ଦ୍ର ଅମରବୃନ୍ଦ ପୁଷ୍ପ

ବୃଷ୍ଟି କରୁଛନ୍ତି ତହିଁକି । ୩ ।

ତାଳଧ୍ୱଜ ରଥେ ବିଜୟ କରନ୍ତୁ

କହିଦିଅ ବଡ଼ ଭାଇଁଙ୍କି ।

ଦେବୀରଥ ବଡ଼ ସୁନ୍ଦର ଦିଶିବ

ଭଉଣୀ ହଳଦୀମୁହୀଁକି । ୪ ।

ତୁମ୍ଭେ ପଛରେ ପଛକେ ଆସୁଥାଅ

କରି ନବରଙ୍ଗ ଛଇକି ।

ମଥା ଦୋହଲାଇ ଟାହିଆ ହଲାଇ

ଠାବେ ଠାବେ ରହି ରହିକି । ୫ ।

ସେବକମାନଙ୍କ ଅଙ୍ଗ ଶ୍ରମଝାଳ

ଗମଗମ ପଡ଼େ ବହିକି ।

ଝଙ୍କାଝଙ୍କି କରିବାରୁ ବାଧୁଥିବ

ପରା ସୁକୁମାର ଦେହିକି । ୬ ।

ଦେବଦାସୀ ନାଟ ଉକୁଟ କରନ୍ତି

ତାତ ଧ୍ରିନିକିଟି ଥେଇକି ।

ବାଜେ ଖୋଳତାଳ ମହୁରୀ ମଞ୍ଜୁଳ

ମର୍ଦ୍ଦଳ ତାଧେଇ ଧେଇକି । ୭ ।

କା ନେତ୍ରୁ ଲୋତକ ବହେ ଥକଥକ

କେହୁ ନାଚେ ଗୀତ ଗାଇକି ।

ଜଗମୋହନିଆ ଜଗତଜନଙ୍କୁ

ଲଗାଇଛି ପ୍ରେମବାଇକି । ୮ ।

କେତେ ଖାଇବ କଦଳୀ କରମଙ୍ଗା

ସରପୁଳି ଖଣ୍ଡ ଖଇକି ।

ନାଡ଼ୀ ବଡ଼ି ଗଜା ମନୋହର ଖଜା

ଛେନାପୁର ବସାଦହିକି । ୯ ।

କେତେ କେତେ ଢମାଳୀ ଗୀତ ଶୁଣାଇବେ

କେ କେତେ କରିବେ ଟାହିକି ।

ଖଣ୍ଡି ଚିରଦୁଃଖ ମଣ୍ଡିଦେବ ଆଜ

କ୍ଷେତ୍ର ବଡ଼ଦାଣ୍ଡ ସାହୀକି । ୧୦ ।

ନ ଦିନ ଅବଧି ଲକ୍ଷ୍ମୀଙ୍କି ପ୍ରବୋଧି

ଆସିଅଛ ପରା କହି କି ।

ତୁନିହୋଇ ଆସ ଚିହ୍ନିଅଛଟିକି

ଜଳପତି ଜେମାଦେଈକି । ୧୧ ।

ଆହେ ଚକାଡୋଳା ବୃନ୍ଦାବନ ଲୀଳା

ମନେ ଆଉ ପଡ଼ୁ ନାହିଁ କି ।

ଆସ ବଂଶୀଧାରୀ ଚରାଇବ ପରା

ଜଗତ ଭଗତ ଗାଈଙ୍କି । ୧୨ ।

ପାପ ଅନ୍ଧକାର ଛାର କି କରିବ

ଆଉ ସେ ପାଇବ ଛୁଇଁକି ।

ନୀଳଶଇଳଶିଖରୀ ପୂର୍ଣ୍ଣଚନ୍ଦ୍ର

ଆସୁଛନ୍ତି ପରା ଉଇଁ କି । ୧୩ ।

ଅପଲକ ଦୃଷ୍ଟି କର ରେ ମାନସ

ଆଉ ଏ ସମୟ ପାଇ କି ।

ଗଉର ଚରଣ ପଶିଲା ଶରଣ

ନନ୍ଦିଘୋଷ ରଥ ଛାଇକି । ୧୪ ।


Rate this content
Log in

Similar oriya poem from Classics