STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

କଳିଯୁଗରେ ବଡ଼ ଠାକୁର

କଳିଯୁଗରେ ବଡ଼ ଠାକୁର

1 min
231

ସମୟର ଚକ ଯାଏ ଗଡ଼ି

ପତିତପାବନ ବାନାଯାଏ ଉଡ଼ି।

ରଥ ଉପରେ ବିଜେ ପରଂବ୍ରହ୍ମ।

ଫେଡ଼ିବାକୁକୁ ଦୁଃଖ ଦୁଃଖୀର ଦଣ୍ଡିବାକୁ ନରାଧମ।

କଳିଯୁଗାନ୍ତକର୍ମ ଭାର ବହି ଶିରେ ବାରମ୍ବାର।

ବିତାରନ୍ତି ବସି ସ୍ୱମନ୍ଦିରେ ସୁଧାରିବାକୁ ମନ ଲଗାମ୍ ଛଡ଼ା ଭକ୍ତମାନଙ୍କର।

ପରଖନ୍ତି ସେମାନଙ୍କ ହୃଦୟ ମନ୍ଦିର।

ସୁଯୋଗ ଅଜସ୍ର ଦିଅନ୍ତି ଗଢ଼ିବାକୁ ନିଜ ସୁସଂସାର।

ମନେ ଅଛି ତାଙ୍କ ଭକ୍ତ ସୁରିଆ ଆଉ ବଳିଆ ଦାସ କଥା।

ଦୁନିଆଁ ଶୁଣିଛି ତାଙ୍କ କାମାସକ୍ତିଗାଥା।

ପରନାରୀ ଇଚ୍ଛା ବିରୁଦ୍ଧେ କଲେ ରମଣ।

କକୁମ୍ଭୀପାକ ନର୍କେ ପକାନ୍ତି ବହନ।

ପରନାରୀର ନିଜ ଇଚ୍ଛାରେ କଲେ ରମଣ।

ବସନ୍ତି ଯାଇ ଭକ୍ତ ନରେ ବୈକୁଣ୍ଠ ଭୂବନ।

ଦେଖିଶୁଣି ପ୍ରତ୍ଯକ୍ଷେ କଳିଯୁଗର ବିଭତ୍ସ ଗଣଧର୍ଷଣ ଜଗା ଠାକୁରଙ୍କ ବୌଦ୍ଧ ଦର୍ଶନ।

ଶାନ୍ତିର ଆବାସ ଥିଲା ବିଶ୍ୱେ ଆଉ ଆଧ୍ଯାତ୍ମିକର ସ୍ପର୍ଶ।

ଆଜି ଭକ୍ତଗଣେ କଳିକାଳ- ଦୌରାତ୍ମେ ବିମର୍ଷ।

ଯାବିହେଉ ହେ ମହାପ୍ରଭୁ କ୍ଷମାକର ତୁମେ କରୁଣାସାଗର।

ନ ଦଣ୍ଡି ଆଉ ବିଶ୍ୱ ମାନବେ ନାଶ କର ଅବିଳମ୍ବେ ଏ ପ୍ରଳୟଙ୍କରୀ ମହାମାରୀର।

ବାହୁଡ଼ା ସାରି ଫେରିଆସ ପ୍ରଭୁ ସୁରୁଖୁରେ।

ଜଗି ବସିଛୁ ଆମେ ଉଦାସୀ ମନେ ସିହଦୁଆରେ।

ଓଁଶାନ୍ତିଃ ଅସ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics