**ଶିଶୁ**
**ଶିଶୁ**


କ୍ୱଅହଂ କ୍ୱଅହଂ ନାଦେ
ପରିଚୟ ଖୋଜେ ଶିଶୁ ଟିଏ
ମାଁ କୋଳେ ଦେହ ଥାପେ
ଟିକି ଓଠ ଧାରେ ହସ ତା'ର
ଟାଣିନିଏ ମନ କ୍ଷଣିକରେ
କୁସୁମ କଳିକାସମ ଦେହତା'ର
ପରିବାରେ ବୁଣେ ହସର ଜୁଆର
ମାଁ ଛାତି କ୍ରୀଡା ଭୂମି
ବା'ହାତ ଧରି ବାଟଚାଲେ
ଟିକି ଟିକି ପାଦ ଥାପି ତାର
କୁନି ଓଠେ ଯେବେ ମା'ବା'ଦାକହି
ଖୋଜେ ପରିଚିତ ମୁହଁ
ଦୁଃଖ ର ବାଦଲ ହଟିଯାଏ
ବର୍ଷିଯାଏ ଅମୃତ ଶ୍ରାବଣ ପରିବାରେ
ଜୀବନ ନାଟକର ପ୍ରଥମ ଅଙ୍କରେ
ସଫଳ ନାୟକ ଯିଏ
ସେ ପର୍ଯ୍ୟନ୍ତ'ଯେପର୍ଯ୍ୟନ୍ତ
ଶିଶୁଟିଏ ସିଏ
କୋଟୀ ସଂପଦଠୁ ବଳି ତାର ପଦାର୍ପଣ
ପୁତ୍ରଧନ ଅମୂଲ ସେ
ମାଁ କୋଳେ ସଦା ସେ ପ୍ରସନ୍ନ।