ତରୁଣ
ତରୁଣ
ନବୀନ ଯୁଗର ତରୁଣ ତୁମେ ହେ
ମନକର ଦୁଢ଼ୀଭୁତ
ଦୃଢ଼ ମନୋବଳ ବିଶ୍ୱାସର ମୂଳ
ନ ହୁଅ ଯେ ସ୍ତମ୍ବୀଭୁତ ||
ଅଜ୍ଞାନ ଅନ୍ଧାର ଦୂରୀଭୂତ କରି
ଜ୍ଞାନର ଆଲୋକ ଦିଅ
ପୂର୍ଵ ପରମ୍ପରା ନ ହେଉ ବେସୁରା
ନ କାଢ଼ ଆଗର ଖିଅ ||
ବନ୍ଧନ ରାଜିକୁ ଛିନ୍ନ କରି ତୁମେ
ହୁଏ ହେ ଅମୃତ ଯାତ୍ରୀ
ଅମଡ଼ା ପଥକୁ ବିଶୁଦ୍ଧ କରିଣ
ଧର ଯେ ଅମୋଘ ଧାତ୍ରୀ ||
ଆଗତ ବିଗତ ଭବିଷ୍ୟତ ତୁମେ
ଏ ବିଶ୍ୱର ତୁମେ ରାଜା
ସତ୍ୟ, ନ୍ୟାୟ, ଧର୍ମେ ପାଳନ କର ହେ
ଭାଷଇ ଜନ ପରଜା ||
ଜୀବନର ନାବ ଡୁବଇ ତା ମଙ୍ଗ
କର ତାହାକୁ ସଳଖ
ସୁପ୍ତ ହୋଇ ତୁମେ ଚେଇଁ ରହିଥିଲ
ଲୋକେ ବୋଲିବେ ମୁରୁଖ ||
ଚି
ର ଅତୀତର ଜୀବନ ତୋହର
କର ତାହାକୁ ଜାଗ୍ରତ
ବିଶ୍ୱର ସଂସ୍କୃତି ବିଶ୍ୱର ଜାଗୃତି
କରାଅ ତାକୁ ମହତ ||
କୁ୍ବୁଦ୍ଧିକୁ ଛାଡି ସୁବୁଦ୍ଧିରେ ପଡି
ଗାଅରେ ଅମର ଗାନ
ମନରୁ ଆଶଙ୍କା ବିତାଡିତ କରି
ତ୍ୟାଗକର ଅପମାନ ||
ତରୁଣ ଯୁବକ ଭାବନା ଅନେକ
ଭିନ୍ନ ଭିନ୍ନ ମତେ ଥାଇ
ତୁମରି ଉଦ୍ୟମେ ମରୁ ପଥେ ପଥେ
ଝରଣା ସୃଷ୍ଟି କରଇ ||
ବ୍ୟକ୍ତିତ୍ୱ ଜୀବନ ଶ୍ରେଷ୍ଠତାର ମନ
ଗୋଷ୍ଠୀକୁ ପ୍ରେରଣା ଦିଏ
ଗୋଷ୍ଠୀର ମହକ ଜାତିର ବାହକ
ବିଶ୍ୱ ଜାଗ୍ରତ କରାଏ ||
ଖଣିଜ ସମ୍ପଦ ଦେଶେ ମହଜୁଦ
ତାକୁ କର ଉଜ୍ଜୀବିତ
ଲୋଭ ମୋହ ତୁମେ ପରିତ୍ୟାଗ କରି
ଦେଶକୁ କର ଉନ୍ନତ ||