STORYMIRROR

Krushnapriya Mohapatra

Abstract Classics Others

3  

Krushnapriya Mohapatra

Abstract Classics Others

ବିଶ୍ୱନାୟକ

ବିଶ୍ୱନାୟକ

1 min
254

ହେ ବିଶ୍ୱନିୟନ୍ତା ବିଶ୍ୱ ମଧ୍ୟେ ତୁମ

ଦରବାର ମହିୟାନ।

ଚରାଚର ପ୍ରାଣ ତୁମ ମଧ୍ୟେ ପୂର୍ଣ୍ଣ

ତୁମେ ହିଁ ତ ପରଂବ୍ରହ୍ମ।

ଅଗ୍ନି ଯଦି ହୁଏ ସେ ଚକାନୟନ

ପତଙ୍ଗ ଭକ୍ତର ପ୍ରାଣ।

ଆକର୍ଷେ ଯେପରି ପତଙ୍ଗ ମାନଙ୍କୁ

ଅତି ବେଗ୍ରେ ହୁତାସନ ।

ଝାସ ଦିଏ ପ୍ରାଣ ଶରୀର ସର୍ବସ୍ବ

ସେ ନୟନ ବର୍ଣ୍ଣ ତେଜେ,

ମିଶି ଯାଏ କ୍ଷଣେ ନଶ୍ୱର ଦେହ ତା

ହସ୍ତ ପଦ ଶୂନ୍ୟ ଵ୍ରହ୍ମେ।

ଅପୂର୍ଣ୍ଣ ହସ୍ତୁ ତା ଆହ୍ୱାନ ର ଭାଵ

ଭକ୍ତ ମନନିଏ ହରି,

ଅବେଗେ ଲୋଡ଼େ ସେ ସଭିଙ୍କୁ ସଧିରେ

ଭାବ ର ଠାକୁର ବୋଲି।

 ( ପ୍ରଭୂ କହନ୍ତି..........)

"ମୁଁ ଭଗବାନ ତୁ ଭକ୍ତ ମୋର

ଅଭାବ କି ଆଉ ତୋର।

ଭାଵର ଠାକୁର ବୋଲି ପରା ମୋର

ଭକ୍ତ ସାଥେ ବନ୍ଧା ଡୋର।

ଅପାଣିପାଦ ମୁଁ ବୁଝି କି ପାରୁନୁ

ପାଦ କି ଛୁଇଁବୁ ମୋର।

ହୃଦୟେ ଲଗାଇ ରଖିବି ମୁଁ ତତେ

ପ୍ରସାରିଛି ବାହୁ ମୋର।

ଭେଟିବାକୁ ସର୍ବେ ଆସେ ମୁଁ ରଥରେ

ଦେଖିଛ କେଉଁଠି କେବେ

ଭକ୍ତ ପାଇଁ ଭଗବାନ କି ଆସନ୍ତି??

ଚାଲି ଚାଲି ବଡ଼ଦାଣ୍ଡେ।""


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract