STORYMIRROR

Narendra Prasad Behera

Abstract

4  

Narendra Prasad Behera

Abstract

ବଞ୍ଚୁ ଏ ଜୀବନ

ବଞ୍ଚୁ ଏ ଜୀବନ

1 min
62


ଜଗତ ଜଞ୍ଜାଳ   କିଏ ସେ ବୁଝିବ

    କୁହ ହେ ଠାକୁର ମୋତେ

ତୁମଛଡା କିଏ    ବୁଝିବାକୁ ଦୁଃଖ 

    ଜନମିଛି ଏ ଜଗତେ ।୧।


ଦେଖିଛି ଅତୀତ  ଭବ୍ଯ ଭବିଷ୍ୟତ

    ବର୍ତ୍ତମାନ ଦିଏ ଦଣ୍ଡ 

କରୋନା କବଳେ ପରାହତ ହୁଏ 

    ଆଜି ଏ ବିଶ୍ଵ ବ୍ରହ୍ମାଣ୍ଡ ।୨।


ଚାଲିବାକୁ ତୁମେ   ଦେଇଅଛ ପାଦ

    କର୍ମ କରିବାକୁ ହସ୍ତ 

ଦେଖିବାକୁ ଚକ୍ଷୁ   ଦେଲସିନା ପ୍ରଭୁ

    ମାରିଲ ପେଟକୁ ନାତ ।୩।


ଭୋକର ଜ୍ଵାଳାରେ  ରୋଗର ଭୋଗରେ 

    ସୃଷ୍ଟି କରୁଛି ଚିତ୍କାର 

କାହିଁ ଚାଲିଗଲ   ଅନାଥର ନାଥ 

    ଆସି ସଙ୍କଟୁ ଉଦ୍ଧାର ।୪।


ତୁମ ଅବଢାର   ମହକ ଆସୁନି 

    ରହି ଅଛୁ ପ୍ରତୀକ୍ଷାରେ 

ଭାଗ୍ଯ କିବା ବାମ  ହେଇଲା ଆମର

   ରଖିଲ ତୁମ ଠୁଁ ଦୂରେ ।୫।


ବସିଲ ମଉନେ   ଗମ୍ଭିରା ଭିତରେ 

    ଷାଠିଏ ପଉଟି କାଇଁ 

ଭୋକ ଉପାସରେ  ଯେତେ ଚରାଚର 

    ରହୁଛନ୍ତି ପାଣିପିଇ ।୬।


ଭଙ୍ଗା ଚାଳିଆରେ  ଦିନଯାଏ କl'ର 

     ଆଶାହୁଏ ଚୁରମାର

ଅଟ୍ଟାଳିକା ସମ   ମନ୍ଦିର ତୋହର    

    ସୌନ୍ଦର୍ଯ୍ଯର ଗନ୍ତାଘର ।୭।


କେତେ ଦୀନଦୁଃଖୀ  ଭିକ୍ଷା ମାଗିବାକୁ 

    ଆସୁଥିଲେ ବଡ ଦାଣ୍ଡେ 

ମହାମାରୀ ଡାକି   କରିଲ ପ୍ରହାର

   କେମିତି ଖାଇବେ ଗଣ୍ଡେ ।୮।


ଏଡେ ଅବିବେକ   ନୁହଁ ପ୍ରଭୁ ତୁମେ 

     କଲ କାହିଁ ସାତପର

ବଡ ଦେଉଳରେ   ରହିଅଛ କିମ୍ପା 

     ବୋଲାଇ ବଡ ଠାକୁର ।୯।


କରିଅଛ ବନ୍ଦି    ରଖି କିଛି ଫନ୍ଦି

    କେମିତି ବଞ୍ଚିବୁ କୁହ

ବେଳୁବେଳ ଦୁଃଖ  ଅସ୍ଥିର ହେଉଛି

     ଆଖିରୁ ବହୁଛି ଲୁହ ।୧୦।


ମହାମାରୀ ଦୂର  କରିଦିଅ ତୁମେ

    ଖୋଲିଯାଉ ରାସ୍ତାଘାଟ

ମିଳିଯାଉ କର୍ମ    ବଞ୍ଚୁ ଏ ଜୀବନ

    ଭରିଯାଉ ସବୁ ପେଟ ।।୧୧।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract