STORYMIRROR

NIJUKTI ODISHA

Classics

3  

NIJUKTI ODISHA

Classics

ବିଶ୍ରାମ

ବିଶ୍ରାମ

1 min
160


କର୍ମକ୍ଲାନ୍ତ ନର  ଅକ୍ଲାନ୍ତ କର୍ମେ 

ଭାଙ୍ଗିପଡେ ଯେବେ ରହେ ବିଶ୍ରାମେ,

ରାତ୍ରିକାଳେ କରେ ଶ୍ରମର ଲାଘବ

   ଅନୁଭବ କରି ଶ୍ରମେ

ଶେଜପଲଙ୍କରେ ସୁନିଦ୍ରା ଧର୍ମେ

ନିଘୋଡ଼ ନିଦରେ ସ୍ୱପନ ବିଭୋର

   ସତ୍ୟର ଅମର ମର୍ମେ

ଭୁଲି ଦିନକର ସକଳ ବେଦନା

   ସୁଖ ଲୋଡିଥାନ୍ତି କର୍ମେ ।


ନିଶି ଶେଷେ ରବି ପୁରୁବାକାଶେ

ଅରୁଣିମା କର ଯେବେ ପ୍ରକାଶେ,

ସବୁଜ ଅରଣ୍ୟ ପାହାଡ଼ ପର୍ବତ

    କୋଳେ ମେଘମାଳେ ଭାସେ

ଚଷାପୁଅ ଯେବେ ଲାଗଇ ଚାଷେ

ନରଙ୍କ ନବୀନ ଶକ୍ତି ପ୍ରକାଶେ,

   ମାତେ ନାନା କର୍ମ ରାସେ

ଦୁନିଆଁର ଯେତେ ଦୁଃଖଦୂର ହୁଏ

   ବିଶ୍ରାମ ପରି ପ୍ରକାଶେ ।


ବିଶ୍ରାମ ନ ଥିଲେ ନର ଜୀବନ

ହୁଏ ଅଳ୍ପାୟୂଷ ଭୋଗେ କଷଣ,

କର୍ମ ଧର୍ମେ ତାର ନ ଲାଗଇ ମନ

    ଜରାଜୀର୍ଣ୍ଣ ଅପଘନ

ବିଶ୍ରାମହିଁ ପ୍ରାଣୀ ଦୀର୍ଘ ଜୀବନ

ଫୁଟାଏ ବିଶ୍ରାମ ପ୍ରାଣସୁମନ,

ବିଶ୍ରାମ ଦେଖାଏ ମାନବ ଜୀବନେ

   ଅଦୃଶ୍ୟ ଚାରୁ ସ୍ୱପନ

ନ ହେଲେକି ଦୁଃଖ ନବଢନ୍ତାମର୍ତ୍ତେ

    ବିଶ୍ରାମହିଁ ଚିରନ୍ତନ ।


ଜନ୍ମମୃତ୍ଯୁ ଥିଲେ ଅଛି ଜୀବନ

ବାଳଲୀଳା ସଙ୍ଗେ ନିତ୍ୟଯୌବନ

ବୃଦ୍ଧବୃଦ୍ଧାସାଂସାରିକ ନୃତ୍ୟ କର୍ମ

   ଚାଲିଅଛି ଘନଘନ

କର୍ମକଲେ ହୁଏ କ୍ଲାନ୍ତ ଜୀବନ

ବାଳ ଲୀଳା ସଙ୍ଗେ ନବ ଯୌବନ

ଦୁନିଆଁରେ ଯେତେ ସଜୀଵ ନିର୍ଜୀଵ

     ଲୋଡ଼ନ୍ତିବିଶ୍ରାମ ଧନ

ମାନବ ଜୀବନ ଅତ୍ୟନ୍ତ ସୁନ୍ଦର

   ବିଶ୍ରାମ ଦିବ୍ୟ ଦର୍ଶନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics