STORYMIRROR

NIJUKTI ODISHA

Romance

3  

NIJUKTI ODISHA

Romance

ଜହ୍ନରାତି

ଜହ୍ନରାତି

1 min
160

ପ୍ରିୟାଗୋ ମୋ'ସପନ ସାଥୀ

ଆକାଶରେ ନାହିଁ ମେଘ

   ନାହିଁତ ବରଷା

ସୁଲୁ ସୁଲୁ ବହେ ବାଆ

   ଛାତିମୋ ସରସା

ଡେଣାଝାଡ଼ି ଉଡେ ପକ୍ଷୀ

ଚନ୍ଦରଉଦିଆ ରାତି

ସାଥୀ ଆରେ ସାଥୀ ଆରେ

  ସଜାଇ ରଖିଛି

  ମୁଁ ଶେଜ ସୁପାତି

ସାଥୀଆରେ ସାଥୀ ଆରେ

ଧରା ଅଙ୍ଗନେ ବିଛାଡି ପଡିଛି

ଧୋବଫର ଫରଜହ୍ନ ରାତି

ଆରେ ସାଥୀ ଆରେସାଥୀ

ଆ _ରେ ଆ -ରେ ମୋ

ଜହ୍ନରାତି ଆରେ ଜହ୍ନରାତି|1|


ଫିକା ଫିକା ଲାଗେ ଜହ୍ନ

   ନାହିଁ ତ ସୂରୁଜ

ଆକାଶରେ ବୁଣିଦେବା ପାଇଁ

   ନାଲି ନେଳି ମୁରୁଜ

ଧରା ଅଙ୍ଗନେ ପଡିଛି ଆଜି

   କେତେ ଜାତି ଫୁଲ

  ନାଲି ନୀଳ ଧଳା

ଚାରିଆଡେ ସଜଫୁଲ

  ମହୁଲିଆ ଜହ୍ନରାତି

ଶିହରଣ ଖେଳେଅଙ୍ଗେ ଅଙ୍ଗେ

ପୀଡୁଛି କନ୍ଦର୍ପ ଛାତି

ପାରୁନିମୁଁ ଶୋଇଆଜି

ଦେହେ ଦେହେବଢେ ତାତି

ଆରେ ସାଥୀ ଆ •••ରେ ସାଥୀ

ଫିକାଫିକା ଜହ୍ନରାତି |2|


ଫଗୁଣ ଚାନ୍ଦିନୀ ଖେଳେ

  ଆକାଶେ ଲହରୀ

ତହିଁ ଚାନ୍ଦମୁହିଁ ଖେଳେ

ଲୁଚିଲୁଚି ଲୁଚକାଳି

ଜହ୍ନରାତି ଜହ୍ନରାତି

ଆରେ ମୋ ଜୀବନ ସାଥୀ

ଫିକାଫିକା ଜହ୍ନ ରାତି

ଶୋଇବା ଆମେ ହୋଇ ସାଥୀ

ହାଇଫୁଲ ବିଛଣାରେ ମାତି

ଆରେ ସାଥୀ ଆରେ 

  ଧୋବ ଫର ଫର ଜହ୍ନ ରାତି |3|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance